ବିଜେପି ର ସଦସ୍ୟ ସଂଗ୍ରହ ସମୀକ୍ଷା ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ମୟୁରଭଞ୍ଜ ( ରିପୋର୍ଟ – ଜିତେନ୍ଦ୍ର ରାଜ ): କରଞ୍ଜିଆ ବିଜେପି ର ସଭ୍ୟସଂଗ୍ରହ ଅଭିଯାନ ସମୀକ୍ଷା ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦିବା ୧୧ ଘଟିକା ସମୟରେ କରଞ୍ଜିଆ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ ଏହି ବୈଠକ ରେ ବିଜେପି ରାଜ୍ୟ ଉପସଭାପତି ତଥା ପ୍ରବକ୍ତା ବିରଞ୍ଚି ତ୍ରିପାଠୀ, ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ମହାନ୍ତ,ଜିଲ୍ଲା କୃଷକ ମୋର୍ଚା ସଭାପତି ମଦନମୋହନ ମହାନ୍ତ, ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ବାଞ୍ଛାନିଧି ପୃଷ୍ଟି ବରିଷ୍ଠ ନେତା ନବକିଶୋର ପଣ୍ଡା,ଜିଲ୍ଲା ସମ୍ପାଦିକା ସୁନାମଣି ହୋ, ଜିଲ୍ଲା ସମ୍ପାଦକ ବିମଳ ସେନାପତି, ତାଟୋ ମଣ୍ଡଳ ସଭାପତି ସଞ୍ଜୀବ ପାଣିଗ୍ରାହୀ, ଗ୍ରାମୀଣ ମଣ୍ଡଳ ସଭାପତି ଦେବେନ୍ଦ୍ର ମହାନ୍ତ, କରଞ୍ଜିଆ ନଗର ସଭାପତି ମହେଶ୍ୱର ସାହା, ଠକୁରମୁଣ୍ଡା ସଭାପତି ରଣଜିତ ବେହେରା, ମହୁଲଡିହା ସଭାପତି ଜଗଦୀଶ ମହାନ୍ତ, ଶରତ ମଣ୍ଡଳ ସଭାପତି ମଥୁରୀ ସାମାଡ଼ ଉପସ୍ଥିତ ହୋଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ବିଜେଡି ଛାଡି ବିଜେପିର ପୂର୍ବତନ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚା ସଭାପତି ଉମେଶଚନ୍ଦ୍ର ପାତ୍ର, ଯୁବ ନେତା ହେମନ୍ତ କୁମାର ମହାନ୍ତ ପୁଣି ବିଜେପି କୁ ଘରବାହୁଡା଼ କରି ବିଜେପି ରେ ଯୋଗଦେଇଥିଲେ। ତାଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ଦଳ କୁ ସ୍ୱାଗତ କରାଯାଇଥିଲା। ବୈଠକ ରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ବିଭିନ୍ନ ଜନମୁଖୀ ଯୋଜନା ଲୋକ ଙ୍କ ନିକଟକୁ ପହଞ୍ଚାଇବାରେ କର୍ମୀ ଓ ନେତା ମନେ ପ୍ରାଥମିକତା ଦେବାକୁ ଆଲୋଚନା ହୋଇଥିଲା। ରାଜ୍ୟ ସରକାର ଙ୍କ ନିର୍ବାଚନୀ ଘୋଷଣା ବହୁ ଚର୍ଚିତ ସୁଭଦ୍ରା ଯୋଜନା ବିଷୟ ରେ ଆଲୋଚନା ହେବା ସହିତ ଲୋକଙ୍କୁ ସଚେତନ କରିବାକୁ ରାଜ୍ୟ ଉପସଭାପତି ଆହ୍ୱାନ ଦେଇଥିଲେ

Leave a Reply

Your email address will not be published. Required fields are marked *

error: Content is protected !!