ମା ସମଲେଶ୍ୱରୀ ଏଥେଲେଟିକ ଯୁବୁକ ସଂଘ ଆନୁକୂଲ୍ୟରେ ଫୂଟବଲ ଟୁର୍ନାମେଣ୍ଟ ଆୟୋଜିତ

ବରଗଡ ( ରିପୋର୍ଟ -ମୁକୁନ୍ଦ ଦାସ ): ଅତାବିରା ନିର୍ବାଚନ ମଣ୍ଡଳୀ, ପାହାଡସିର୍ଗିଡା ମଣ୍ଡଳର ଶିଳାଟ ଗ୍ରାମର ଫୂଟବଲ ପଡିଆରେ ଠାରେ “ମା ସମଲେଶ୍ୱରୀ ଏଥେଲେଟିକ ଯୁବୁକ ସଂଘ ଶିଳାଟ ଆନୁକୂଲ୍ୟରେ” ୨୫ ତମ ଦ୍ବି-ଦିବସିୟ ଫୂଟବଲ ଟୁର୍ନାମେଣ୍ଟ ୮ ଗୋଟି ଦଳକୁ ନେଇ ଅନୁଷ୍ଠିତ ହୋଇଯାଇଛି. ଫାଇନାଲରେ ବେଲପାହାଡ଼ ଦଳ ସମ୍ବଲପୁର ଦଳ କୁ ୦୧/୦ ଗୋଲରେ ପରାସ୍ତ କରି ବିଜୟ ଲାଭ କରିଛି. ମୁଖ୍ୟ ଅତିଥି ରୁପେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ତଥା ରାଜ୍ୟ କାର୍ଯ୍ୟ କରଣୀ ସଦସ୍ୟ (ଅନୁସୂଚିତ ଜାତି ମୋର୍ଚା), ସମ୍ମାନିତ ଅତିଥି ଭାବେ କୃଷକ ନେତା ବିରେନ କର, ବିରେନ ହୋତା, ଜିତୁ ଭୋଇ, ସୁରେନ୍ଦ୍ର ସ୍ବାଇଁ, ଡାକ୍ତର ନାୟକ, ବଲ୍ଲଭ ସାହୁ, ସୁରେନ୍ଦ୍ର ଭୋଇ, କାର୍ତିକ ମହାରଣା, ଭଗବାନ ସରାଫ, କୋଶଲ ନେତା ରମଣୀ ଦନ୍ତା ବିଜେତା ଓ ଉପ-ବିଜେତା ଦଳକୁ ପୁରସ୍କୃତ କରିବା ସହିତ ଖେଳ ଚାଳନା କରିଥିବା ରେଫରୀ ମାନଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ. ଖେଳ ପରିଚାଳନା କରିଥିଲେ ରେଫରୀ ରବୀନ୍ଦ୍ର ରଂବିଡ଼ା, ପଙ୍କଜ ମିର୍ଧା ଓ ସାଥି ରେଫରୀ , ହଜାର ସଂଖ୍ୟକ ଦର୍ଶକ ଖେଳ ଉପଭୋଗ କରିଥିଲେ.

Leave a Reply

Your email address will not be published. Required fields are marked *

error: Content is protected !!