ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ) : ଆଜି ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବୀରମହାରାଜପୁର ବ୍ଲକ ଅଧିନସ୍ଥ ପରମେଶ୍ବରି ଦୁଗ୍ଧ ଉତ୍ପାଦକ ସମବାୟ ସମିତି ନିଃ କରଡାପାଳ ଠାରେ ସମଲେଶ୍ବରୀ ଆଞ୍ଚଳିକ ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ଲିଂ. ସମ୍ବଲପୁର ତରଫରୁ ଦୁଗ୍ଧ ଚାଷୀମାନଙ୍କ ଜୀବିକା ଓ ଆର୍ଥିକ ଅଭିବୃଦ୍ଧି ଉଦ୍ଦେଶ୍ୟରେ ଦୁଗ୍ଧ ଚାଷୀମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ପାଳନ କରାଯାଇଛି ।ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ଉଦ୍ଦେଶ୍ୟରେ ସାଧାରଣ ପରିଚାଳକ ଡାକ୍ତର ସରୋଜ କୁମାର ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ସାମୁଲର ପାଞ୍ଚ ଜଣିଆ କ୍ଷେତ୍ରପରିଦର୍ଶକ ଟିମ୍ ଏକ ଦିନ ପୂର୍ବରୁ ବୀରମହାରାଜପୁର ବ୍ଲକ ପରିଦର୍ଶନ କରି ଅମରପାଲି, କଦଳିପାଲି, ଖଣ୍ଡହତା କରଡ଼ାପାଳ ଓ ବଡ଼ମାଲ ଆଦି ସମିତି ମାନଙ୍କୁ ପରିଦର୍ଶନ କରି ବିଭିନ୍ନ ଡକ୍ୟୁମେଣ୍ଟରି ଫିଲ୍ମ ମାଧ୍ଯମରେ ସଚେତନତା ଶିବିର ଆୟୋଜନ କରିଥିଲେ । ପୁନଶ୍ଚ ସଂଘ ତରଫରୁ ଏକ ଗୋ ବନ୍ଧ୍ୟା ନିରା କରଣ ଶିବିର ମଧ୍ୟ ଆୟୋଜନ କରାଯାଇ ପ୍ରାୟ ୧୦୦ରୁ ଅଧିକ ଗାଈ ଓ ଛଡ଼ା ମାନଙ୍କ ର ମାଗଣା ରେ ସ୍ୱାସ୍ଥ୍ୟ ଚିକିତ୍ସା କରାଯାଇଥିଲା।
ଆଜି ଅନୁଷ୍ଠିତ ଏହି ଦୁଗ୍ଧଚାଷୀ ମାନଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥ୍ ଭାବେ ସମ୍ମାନୀୟା ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ମୁଖ୍ୟଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରାୟ ୨୦୦ ଜଣ ଦୁଗ୍ଧ ଚାଷୀ ମାନଙ୍କୁ ଗୋପାଳନ ମାଧ୍ଯମରେ ଗ୍ରାମାଞ୍ଚଳରେ ଆତ୍ମନିଯୁକ୍ତି ସୃଷ୍ଟି ସହିତ ନିଜ ନିଜର ଆର୍ଥିକ ଅଭିବୃଦ୍ଧି କରିବାପାଇଁ ବୁଝାଇଥିଲେ । ଏହାଛଡା ଜିଲ୍ଲାରେ ଗୋପାଳନ, ଦୁଗ୍ଧତ୍ପାଦନ କୁ ବ୍ୟାପକ ମାତ୍ରାରେ କରିବାପାଇଁ ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନା ମାଧ୍ଯମରେ ବ୍ୟାପକ ଘାସ ଚାଷ ଓ ଦୁଗ୍ଧ ଚାଷୀ ମାନଙ୍କୁ ଗାଈ ଗୁହାଳ ଯୋଗାଇଦେବା ପାଇଁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଗୋଷ୍ଠୀ ଉନ୍ନୟନ୍ ଅକାରୀ ବୀରମହାରାଜପୁର ଙ୍କୁ ନିର୍ଦ୍ଦେଶ ଦେବା ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ଆବଶ୍ୟକୀୟ ଭିଭି ଭୂମି ପ୍ରତିଷ୍ଠା କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହଯୋଗ କରିବାପାଇଁ ଜିଲ୍ଲାପାଳ ମହୋଦୟା ନିର୍ଭର ପ୍ରତିଶୃତି ପ୍ରଦାନ କରି ଦୁଗ୍ଧ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ ।
ଗୋପାଳନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଵା କରଡାପାଳ ସମିତିର ତିନିଜଣ ଅଗ୍ରଣୀ ଦୁଗ୍ଧ ଚାଷୀଙ୍କୁ ମାନପତ୍ର ଓ ଉପଢୌକନ୍ ଦେଇ ସମ୍ମାନିତ କରିଥିଲେ। ସଂଘ ତରଫରୁ ସାଧାରଣ ପରିଚାଳକ ଡାକ୍ତର ସରୋଜ ସାହୁ ଗୋ ପାଳନ ବୃଦ୍ଧି ପାଇଁ ଆଗାମୀ ନିକଟ ଭବିଷ୍ୟତ ରେ ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ଯୋଜନା ଏବଂ ଗୋପାଳନ କ୍ଷେତ୍ରରୁ ଚାଷୀମାନଙ୍କୁ ମିଳୁଥିବା ବିଭିନ୍ନ ପ୍ରକାର ଲାଭ ବିଷୟ ରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ପ୍ରିୟଦର୍ଶିନୀ ମିର୍ଦ୍ଧା, ତହସିଲଦାର ବୀରମହାରାଜପୁର, ସମଲେଶ୍ବରୀ ଦୁଗ୍ଧ ସଙ୍ଘର ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ପ୍ରଧାନ ବୀରମହାରାଜପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସକ ଡାକ୍ତର ଅଜୟ କୁମାର ସାହୁ, ସୁବଳୟା ପ୍ରାଣୀ ଚିକିତ୍ସକ ଡାକ୍ତର ଆକାଶ କୁମାର ସାହୁ, ଓ ସମଲେଶ୍ବରୀ ଦୁଗ୍ଧ ସଙ୍ଘର କର୍ମଚାରି ମାନେ ଉପସ୍ଥିତି ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ଶେଷରେ ସଙ୍ଘର କନିଷ୍ଠ ପରିଚାଳକ ସଞ୍ଜୀବ କୁମାର ଶତପଥୀ ଧନ୍ୟବାଦ୍ ପ୍ରଦାନ କରିଥିଲେ ।