ମୟୁରଭଞ୍ଜ(ରିପୋର୍ଟ -ଜିତେନ୍ଦ୍ର ରାଜ):କରଞ୍ଜିଆ ବ୍ଲକର ପାଟବିଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ। ରାଜ୍ୟ ସରକାରଙ୍କ ବହୁ ପ୍ରତିକ୍ଷୀତ ଯୋଜନା ଉଦଘାଟନ କାର୍ଯ୍ୟକ୍ରମ ରେ କରଞ୍ଜିଆ ବିଡ଼ିଓ ସୁଶାନ୍ତ କୁମାର ସୁତାର ଓ ସ୍ୱମନିତ ଶିଶୁ ବିକାଶ ଅଧିକାରିଣୀ ମଞ୍ଜୁଳା ବେହେରା,ପାଟବିଲ ସରପଞ୍ଚ ସୌଦାମିନୀ ନାଏକ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ।
କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦଙ୍କ କରଞ୍ଜିଆ ବ୍ଲକ ପ୍ରତିନିଧି ଦେବେନ୍ଦ୍ର ମହାନ୍ତ, କେନ୍ଦୁଝର ସାଂସଦଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଆଶିଷ କୁମାର ମହାନ୍ତ, ସହକାରୀ ଯନ୍ତ୍ରୀ ଇମିତିଆଜ ଅଲ୍ଲୀ, ପିଇଓ ଦେବାଶିଷ ସାହୁ, ବ୍ଲକ ମିଶନଶକ୍ତି ସଭାପତି ଦିପାଲୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ପାଲା ମାଧ୍ୟମ ରେ ଯୋଜନା ର ନିୟମାବଳୀ, ସର୍ତ୍ତ, ଆବେଦନ ପ୍ରକ୍ରିୟା ସମ୍ପର୍କରେ ସୂଚନା ଦିଆଯାଇଥିଲା।ଏହି ରଥ ବ୍ଲକର ସମସ୍ତ ପଞ୍ଚାୟତ ପରିକ୍ରମା କରି ଲୋକଙ୍କୁ ସୁଭଦ୍ରା ଯୋଜନା ବାବଦରେ ସଚେତନ କରିବ।