ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ପୋଲିସ ଆଇନର ୩୦ ଧାରା ପୁରୀ ଜିଲ୍ଲାରେ ଲାଗୁ କରାଯାଇଛି।ଏହା ଅଗଷ୍ଟ ୩୦ ତାରିଖ ଠାରୁ ନଭେମ୍ବର ୨୭ ତାରିଖ ୯୦ ଦିନ ପର୍ଯ୍ୟନ୍ତ।

ପୁରୀ ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନ ଅଞ୍ଚଳ, ପୁରୀ ମୁନିସିପାଲ୍ଟି, ପିପିଲି, କୋଣାର୍କ ଓ ନିମାପଡା ଏନ.ଏ।ସି ଅଞ୍ଚଳରେ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ବିନା ଅନୁମତିରେ ସଭା, ଶୋଭାଯାତ୍ରା, ମାଇକ ବ୍ୟବହାରକୁ ବେଆଇନ ଘୋଷଣା କରାଯାଇଛି ବୋଲି ଏସ ପି ପିନାକ ମିଶ୍ର ସୂଚନା ଦେଇଛନ୍ତି।