ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଷ୍ଠିତ l

ଖୋର୍ଦ୍ଧା (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଓ ଓଡିଶା ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ମିଳିତ ଆନୁକୂଲ୍ୟରେ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହଯୋଗରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ ଗୃହଠାରେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଆଜି ଅନୁଷ୍ଠିତ ହୋଇଯାଇଅଛି ।ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପେନସନ ଅଦାଲତରେ ଏ. ଜି କାର୍ଯ୍ୟାଳୟର ଉପ ମହାଲେଖାକାର (ପେନସନଓ ଭବିଷ୍ୟନିଧି ) ସଞ୍ଜୟ କୁମାର,ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ନିର୍ଦ୍ଦେଶକ ସତ୍ୟ ରଞ୍ଜନ ସାହୁ, ଡେପୁଟି କଲେକ୍ଟର,ଦେବବ୍ରତ କର ,ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ, , ବରିଷ୍ଠ ଲେଖାଧିକାରୀ ସାରଦା ପ୍ରସନ୍ନ ମହାପାତ୍ର, କଲ୍ୟାଣ ପଣ୍ଡା ଯୋଗଦେଇ ପେନସନ ଓ ଭବିଷ୍ୟନିଧି ସମ୍ବନ୍ଧୀୟ ଅଭିଯୋଗର ଶୁଣାଣି କରିଥିଲେ l

ଉପ ମହାଲେଖାକାର ସଞ୍ଜୟ କୁମାର ଉପସ୍ଥିତ ଥିବା ପେନସନ ମଞ୍ଜୁରକର୍ତ୍ତା ଓ ଡିଡିଓ ମାନେ ଠିକ ସମୟରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ଅବସରକାଳୀନ ଦେୟ କାଗଜପତ୍ର ଠିକ ସମୟରେ ମହାଲେଖାକାର କାର୍ଯ୍ୟାଳୟକୁ ପଠାଉନଥିବାରୁ ସେମାନେ ଠିକ ସମୟରେ ସେମାନଙ୍କର ପ୍ରାପ୍ୟ ପାଇପାରୁ ନାହାନ୍ତି l ସରକାର ପେନସନ ଆବେଦନ ପତ୍ର ସରଳିକରଣ କରିବାକୁ ଅନୁରୋଧ କରିଥିଲେ l ନିର୍ଦେଶକ ଶ୍ରୀ ସାହୁ ପେନସନ ମଞ୍ଜୁରକର୍ତ୍ତାମାନେ ଅବସର ପୂର୍ବରୁ ଯେପରି ଅବସର କାଗଜପତ୍ର ଯେପରି ମହାଲେଖାକାର କାର୍ଯ୍ୟାଳୟରେ ପହଞ୍ଚେ ସେଥିପାଇଁ ପଦକ୍ଷେପ ନେବାକୁ ସେମାନଙ୍କୁ ଅନୁରୋଧ କରିଥିଲେ l

ବିଭିନ୍ନ ବିଭାଗର ପେନସନ ମଞ୍ଜୁର କର୍ତ୍ତାମାନେ ଠିକ ସମୟରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କର ପେନସନ କାଗଜ ଠିକ ସମୟରେ ଏ. ଜି କାର୍ଯ୍ୟାଳୟକୁ ପଠାଉନଥିବାରୁ ପେନସନ ମଞ୍ଜୁରୀ ବିଳମ୍ବିତ ହେଉଥିବାରୁ ନିର୍ଦ୍ଦେଶକ ଶ୍ରୀ ସାହୁ ଅସନ୍ତୋଷ ପ୍ରକାଶ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେଉରା ଖୋର୍ଦ୍ଧା ଜିଲ୍ଲାରେ ପେନସନ ଓ ଗ୍ରାଚୁଇଟି ମଂଜୁର ହୋଇ ନ ଥିବା ଅବସରପ୍ରାପ୍ତ କର୍ମଚାରୀ ମାନଙ୍କର ପେନସନ କାଗଜ ପତ୍ର ସେପ୍ଟେମ୍ବର ଶେଷ ସୁଦ୍ଧା ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ଡେପୁଟି କଲେକ୍ଟର ଶ୍ରୀ କର ଏ.ଜି କାର୍ଯ୍ୟାଳୟ ପକ୍ଷରୁ ପେନସନର ମାନଙ୍କ ପେନସନ ର ଅବସରକାଳୀନ ପ୍ରାପ୍ୟ ଫଇସଲା ପାଇଁ ଏହିଭଳି କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଧନ୍ୟବାଦ ଦେଇଥିଲେ l ବରିଷ୍ଠ ଲେଖାଧିକାରୀ ଶ୍ରୀ ମହାପାତ୍ର ଓ ଅଶୋକ କୁମାର ପାତ୍ର ପେନସନ ଓ ଜିପିଏଫ ଆବେଦନ ପତ୍ର ପଠାଉଥିବା ବେଳେ ଯେଉଁ ଭୁଲ କରନ୍ତି ତାର ସଂଶୋଧନ କିପରି କରାଯାଇ ପାରିବ ପିପିଟି ମାଧ୍ୟମରେ ବୁଝାଇଥିଲେ l ଏହି ପେନସନ ଅଦାଲତରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟର ଗ୍ରାଚୁଇଟି ମଂଜୁର ହୋଇ ନଥିବା ୨୭୭୮ କେସ ଶୁଣାଣି ପାଇଁ ଉପସ୍ଥାପିତ ହୋଇଥିଲା l

Leave a Reply

Your email address will not be published. Required fields are marked *

error: Content is protected !!