ସୁବର୍ଣ୍ଣପୁର (ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ) :ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକର ସୁବଳୟା ସ୍ଥିତ ସୁବଳୟା ସରକାରୀ ଉଚ୍ଚ ବିଦ୍ୟାଳୟ ର ଜୁନିୟର ରେଡକ୍ରସ ଆନୁକୂଲ୍ୟରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପ୍ରଧାନଶିକ୍ଷକ ସଦାନନ୍ଦ ରଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଜୁନିଅର ରେଡକ୍ରସ ପରାମର୍ଶଦାତା ଶିକ୍ଷକ ଚନ୍ଦ୍ରମଣି ବାଘ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରାଥମିକ ଚିକିତ୍ସାର ଉଦ୍ଦେଶ୍ୟ ଓ ଆବଶ୍ୟକତା ବିଷୟରେ ବୁଝାଇବା ସହ ଡେମୋଷ୍ଟେସନ ମାଧ୍ୟମରେ ରିକୋଭରି ପୋଜିସନ, ସକ୍ ,ମୁର୍ଚ୍ଛା, ଅସ୍ଥିଭଗ୍ନ, ରକ୍ତସ୍ରାବ, ଏପିଲେପସି, ବ୍ୟାଣ୍ଡେଜିଙ୍ଗ , ଆହତ ବ୍ୟକ୍ତିକୁ ସ୍ଥାନାନ୍ତରିତ କୌଶଳ, ଅଗ୍ନିରୁ ସୁରକ୍ଷା ପାଇବା ଉପାୟ ତଥା ଗୁଡସମରିତାନର ଭୂମିକା ଭଳି ବିଭିନ୍ନ କୌଶଳ ଶିକ୍ଷା ତାଲିମ ଦେଇଥିଲେ। ବିଜ୍ଞାନ ସମ୍ମତି ଅନୁସାରେ ଆହତ ବ୍ୟକ୍ତି କ’ଣ କରିବା ଉଚିତ, କଣ ନକରିବା ତାହା ବୁଝାଇଥିଲେ ଏବଂ ଗୁରୁତର ଆହତଙ୍କ ପାଇଁ ୧୧୨ ନଂକୁ ଫୋନ କରିବା ବିଷୟରେ ସୂଚନା ପ୍ରଦାନ କରିଥିଲେ l
ଯାହାଦ୍ୱାରା ଆହତ ବ୍ୟକ୍ତି ଡାକ୍ତରଖାନା ଯିବା ପର୍ଯ୍ୟନ୍ତ ଆଶ୍ବସ୍ତି ଲାଭକରିବ l ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁବରଣ ସଂଖ୍ୟା କମାଯାଇପାରିବ ବୋଲି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମତବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମ ରାଜ୍ୟ ରେଡ଼କ୍ରସ ମୁଖ୍ୟ କାର୍ଯ୍ୟାଳୟର ଆହ୍ୱାନ, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ମାର୍ଗଦର୍ଶନ ତଥା ଜୁନିଅର ରେଡ଼କ୍ରସ ଅଫିସର ରବିଚନ୍ଦ୍ର ପଶାୟତଙ୍କ ତତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା l ଶିକ୍ଷକ ସୁରେନ୍ଦ୍ର ପାଢ଼ୀ ପଦ୍ମନାଭ ମିଶ୍ର, ଅରୁଣ କୁମାର ସିଂହ, ସିଦ୍ଧାର୍ଥ ମିଶ୍ର, ଶାମ୍ପା ବିଶ୍ୱାଳ, ପ୍ରତିମା ବାଘ, ସ୍ବର୍ଣ୍ଣମୟୀ ଶତପଥୀ, ମାନସୀ ଦାଶ ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ lଶେଷରେ ଶିକ୍ଷକ ପ୍ରଦୀପ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ l
ସେହିପରି ବାଗବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁଙ୍କ ପୌରହିତ୍ୟରେ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ କବିତା ତରିଆ ଓ ମିନାକ୍ଷୀ ବିଶ୍ବାଳ ପ୍ରାଥମିକ ଚିକିତ୍ସାର ନମୂନା ପ୍ରଦର୍ଶନ କରିଥିଲେ । ଶିକ୍ଷୟତ୍ରୀ ମିନାକ୍ଷୀ ପ୍ରଧାନ ଓ ଗୌରୀ କୁମୁରା, ଶିକ୍ଷକ ପ୍ରଭୁଦତ୍ତ ବେଦୋକ୍ତା ପ୍ରାଥମିକ ଚିକିତ୍ସାର କୌଶଳ ଓ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ଶେଷରେ ବିଦ୍ୟାଳୟ ମନ୍ତ୍ରୀମଣ୍ଡଳର ସ୍ୱାସ୍ଥ୍ୟମନ୍ତ୍ରୀ କୁମାରୀ ପ୍ରାଚୀ ରଣା ଧନ୍ୟବାଦ ଅର୍ପଣ କରିଥିଲେ।