ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅମ୍ବୁଡ଼ସ ପର୍ସନଙ୍କ ଉଫୁଲା ଗ୍ରାମ ପଂଚାୟତ ଗସ୍ତ

ସୁବର୍ଣ୍ଣପୁର (ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ): ବରିଷ୍ଠ ଆଇନଜ୍ଞ ସଂଯୁକ୍ତା ମିଶ୍ର ଆମ୍ବୁଡ଼ସ ପର୍ସନ,ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ସୁବର୍ଣ୍ଣପୁର ଆଜି ବୀରମହାରାଜପୁର ବ୍ଲକ ଉଫୁଲା ଗ୍ରାମ ପଂଚାୟତ ପରିଦର୍ଶନ ରେ ଆସି ଗ୍ରାମ ପଂଚାୟତ ସଭା ଗୃହରେ କାର୍ଯ୍ୟ ପତ୍ର ଧାରୀ, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ,ଅଣ କୁଶଳୀ ଶ୍ରମିକ, ଗ୍ରାମ ସାଥୀ ଙ୍କ ସହ ଆଲୋଚନା କରି ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପରିଚାଳନା ଯଥା ଗ୍ରାମ ସଭା, ପଞ୍ଜିକରଣ, କାର୍ଯ୍ୟ ପତ୍ର ବଣ୍ଟନ, କାର୍ଯ୍ୟକ୍ରମ ଦାବୀ ଦରଖାସ୍ତ, ପ୍ରାପ୍ତି ସ୍ୱୀକାର ପତ୍ର, ମଜୁରୀ ଦେୟ, ବେକାରୀ ଭତ୍ତା, ଲିଙ୍ଗ ଆଧାରିତ ଭେ ଦଭାବ, କାର୍ଯ୍ୟ କ୍ଷେତ୍ର ସୁବିଧା, କାର୍ଯ୍ୟ ର ମାପ ଓ ଗୁଣବତ୍ତା, ଯନ୍ତ୍ର ବ୍ୟବହାର, ଠିକାଦାର ନିୟୋଜନ, ପାସ୍ ବହି ପରିଚାଳନା, ମଷ୍ଟର ରୋଲ ଯାଞ୍ଚ, ସାମାଜିକ ସମୀକ୍ଷା ସମ୍ପର୍କିତ ତ୍ରୁଟି ଓ ଅଭାବ ସମ୍ପର୍କିତ ପ୍ରତିକାର ପାଇଁ ଅଭିଯୋଗ ଦାଖଲ ପାଇଁ ପରାମର୍ଶ ଦେଇ ଥିଲେ l

ଆପତ୍ତି ପାଇବାର ୭ ଦିନ ରୁ ୪୫ ଦିନ ମଧ୍ୟରେ ଫଇସଲା କରାଯିବା ବୋଲି କହିଥିଲେ l ଆପତ୍ତି ଅଭିଯୋଗ ର ଆଶୁ ଓ ପ୍ରଭାବ ଶାଳୀ ପ୍ରତିକାର କରାଯିବା ବୋଲି ପ୍ରତିଶ୍ରୁତି ଦେଇଥିଲେ l ଆଲୋଚନା ସମୟରେ ସରପଞ୍ଚ ଶ୍ରୀୟା କର୍ମୀ, ଡି ଇ ଓ ହେମନ୍ତ ଶତପଥି, ସାମାଜିକ ସମୀକ୍ଷା ରେ ନିଯୁକ୍ତ ସ୍ବେଛାସେବୀ ପ୍ରଭଞ୍ଜନ କର୍ମୀ ଉପସ୍ଥିତ ଥିଲେ l ସରପଞ୍ଚ ଶ୍ରୀୟା କର୍ମୀ ଗ୍ରାମୀଣ ଭିତ୍ତି ଭୂମି ବିକାଶ ନିମନ୍ତେ ପ୍ରାକୃତିକ ସମ୍ବଳ ପରିଚାଳନା ସମ୍ବନ୍ଧୀୟ ସର୍ବସାଧାରଣ କାର୍ଯ୍ୟ, ଅବହେଳିତ ପରିବାର ନିମନ୍ତେ ବ୍ୟକ୍ତି ଗତ ସମ୍ପତ୍ତି ସୃଷ୍ଟି ପ୍ରକଳ୍ପ ମଞ୍ଜୁରୀ ରେ ଅମ୍ବୁଡ଼ସ ପର୍ସନ ଙ୍କ ସହଯୋଗ କାମନା କରିଥିଲେ l ଶେଷରେ ଗ୍ରାମସାଥୀ ଜ୍ୟୋତି ରଞ୍ଜନ କଲତା ଧନ୍ୟବାଦ ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *

Powered by Joinchat