ବରପାଲି ଜଗନ୍ନାଥ ନଗର 49 ତମ ଦୁର୍ଗାପୂଜାର ଶୁଭସ୍ତମ୍ଭ ସ୍ଥାପନ ଅନୁଷ୍ଠିତ ହୋଇଯାଇଛି

ବରଗଡ(ରିପୋର୍ଟ -ମୁକୁନ୍ଦ das):ଆଜି ବରପାଲି ଜଗନ୍ନାଥ ନଗର ଠାରେ 49 ତମ ଦୁର୍ଗାପୂଜାର ଶୁଭସ୍ତମ୍ଭ ସ୍ଥାପନ ଅନୁଷ୍ଠିତ ହୋଇଯାଇଛି l ପଣ୍ଡିତ ନରେନ୍ଦ୍ର କୁମାର ହୋତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପଣ୍ଡିତ ସୌରଭ ଷଡ଼ଙ୍ଗୀ, ପଣ୍ଡିତ ଅଭିନଵ ଷଡ଼ଙ୍ଗୀ, ପଣ୍ଡିତ ରାମକୃଷ୍ଣ ହୋତା ସହଯୋଗରେ ଶୁଭସ୍ତମ୍ଭ ସ୍ଥାପନ ଅନୁଷ୍ଠିତ ହୋଇଥିଲା l ଚଳିତ ବର୍ଷ ପୂଜାର କର୍ତ୍ତା ଭାବରେ ଶ୍ରୀ ବିନୋଦ ଅଗ୍ରୱାଲ ଦାୟିତ୍ୱ ନିର୍ବାହ କରିଥିଲେ ଲ

ଏଥିରେ ପୂଜା କମିଟିର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ସାଧାରଣ ସମ୍ପାଦକ ଶ୍ରୀ ଯଦୁମଣି ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ଶ୍ରୀ ରୋହିତ ବଢଲ, ଉପସଭାପତି କୈଳାସ ଗହୀର, ଭୈରବ ମେହେର, ସହ ସମ୍ପାଦକ ସନ୍ତୋଷ ଗୁପ୍ତା, ସୁଜିତ ଥଇତ, କୋଷାଧକ୍ଷ ସଞ୍ଜୟ ଅଗ୍ରୱାଲ, ଜିତୁ ଅଗ୍ରୱାଲ, ନେତ୍ରାମ ଅଗ୍ରୱାଲ, କାର୍ଯ୍ୟକାରୀ କମିଟିର ସମସ୍ତ ସଭ୍ୟ ତଥା ଜନ ସାଧାରଣ ଉପସ୍ଥିତ ରହିଥିଲେ ଏବଂ ପୂଜା କାର୍ଯ୍ୟକ୍ରମ ରେ ପ୍ରକାଶ ତ୍ରିପାଠୀ,ଗୋବର୍ଦ୍ଧନ ମେହେର, ରାଜା ସାହୁ, ନାରାୟଣ ବାଗ, କାଲୁ ପଣ୍ଡା,ସୁଶାନ୍ତ ଗହୀର,ଉଦ୍ଧବ ବାରିକ,ସତ୍ୟ ମେହେର,ଶିବ ପ୍ରସାଦ ମେହେର,କମଲ ଅଗ୍ରୱାଲ,ମୁକେଶ ବେହେରା,ବିଜୁ ଦେବତା ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

Powered by Joinchat