ବିଗୁଲ୍ ଟିଭି ର ନୂଆଁଖାଇ ଭେଟଘାଟ ପାଇଁ ସୋନପୁରରେ ସାମ୍ୱାଦିକ ସମ୍ମିଳନୀ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ):ବିଗୁଲ ଟିଭି ର ନୂଆଁଖାଇ ଭେଟଘାଟ-୨୦୨୪ ପାଳନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଆଜି ସୁବର୍ଣ୍ଣପୁର ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ସଭା ଗୃହଠାରେ ଏ ଉତ୍ସବ ନେଇ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଛି l ବୀଗୁଲ୍ ଟିଭି ର ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସମ୍ମିଳନୀରେ ଚେନେଲ୍ ର ଉପଦେଷ୍ଟା ଅଭିମନ୍ୟୁ କୁଶଳ , ଉପ ସଭାପତି ବଣ୍ଟୁ ଅଗ୍ରୱାଲା, ପ୍ରୋଗ୍ରାମ ଡାଇରେକ୍ଟର ଚୌଧୁରୀ ବିଭାର ମଞ୍ଚlସିନ ରହି ସାଧାରଣ ଜନତା ଙ୍କ ସମସ୍ୟା ଙ୍କୁ ଜିଲ୍ଲା ତଥା ରାଜ୍ୟ ସରକାର ଙ୍କ ଠାରେ ଉପସ୍ଥାପନା କରି ଖୁବ୍ କମ୍ ବର୍ଷରେ ଲକ୍ଷାଧିକ ଦର୍ଶକ ଙ୍କ ମଧ୍ୟରେ ଆଦୃତ ଲାଭ କରି ଥିବା ଏହି ଚେନେଲ ର ଆହୁରି ସଫଳତା କାମନା କରୁଛୁ ବୋଲି ମତ ପ୍ରକାଶ କରି ଏହି ଉତ୍ସବ ର ଆହୁରି ସଫଳ କାମନା କରିଥିଲେ l

ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରୀପାଠୀ ଓ ସମାଜସେବୀ ଲଡ଼ୁ କିଶୋର ମଲ୍ଲିକ ଙ୍କ ସମେତ ଉପସ୍ଥିତ ଚେନେଲ୍ ବୋର୍ଡ ର ବରିଷ୍ଠ ସଦସ୍ୟ ଆନନ୍ଦ ପାତ୍ର, ଶାନ୍ତନୁ ବାଗ, ସରୋଜ ପଧାନ, ଦେବାଶିଷ ପଟ୍ଟ ନାୟକ ଉତ୍ସବ ର ସଫଳତା ପାଇଁ ଓ ସମସ୍ତ ସହଯୋଗ ପାଇଁ ବିଭିନ୍ନ ମତ ରଖି ଥିଲେ lଆସନ୍ତା ୨୨ ତାରିଖ ରବିବାର ଦିନ ଏହି ଵିଗୁଲ ଟିଭି ର ଉତ୍ସବ ରେ ଜିଲ୍ଲା ତଥା ରାଜ୍ୟ ର ବହୁ ପ୍ରଶାସକ ଓ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଅପରାହ୍ନ ୩ ଟା ରୁ ରାତି ୧୦ ଟା ଯାଏଁ ସମ୍ବଲପୁରୀ ନାଚ ଗୀତ ଓ ଫେସନ୍ ଶୋ କାର୍ଯ୍ୟକ୍ରମ ସହିତ ବିଭିନ୍ନ ପ୍ରତିଭା ଙ୍କୁ ସମ୍ବର୍ଧିତ କାର୍ଯକ୍ରମ ରହିଥିବା ବିଷୟ ଚେନେଲ୍ ହେଡ୍ ଶ୍ରୀ ମିଶ୍ର ଓ କଲଚରାଲ ଡାଇରେକ୍ଟର ଶ୍ରୀ ଚୌଧୁରୀ ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *

Powered by Joinchat