ବରଗଡ଼ ପୌର ପରିଷଦରେ ସଫେଇ ଦୁର୍ନୀତି ଅଭିଯୋଗର ଭିଜିଲାନ୍ସ ତଦନ୍ତ କରାଯାଉ : ଆପ୍

ବରଗଡ଼ (ରିପୋର୍ଟ- ମୁକୁନ୍ଦ ଦାସ ) : ଗୋଟିଏ ପରେ ଗୋଟିଏ ଦୁର୍ନୀତି ଏବେ ପୌର ପରିଷଦ ର ସାମ୍ନା କୁ ଆସିବାରେ ଲାଗିଛି, ପ୍ରଥମେ ୟୁଜର୍ସ ଫି ବାବଦରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଥିଲା ଏବେ ସଫେଇ କର୍ମୀଙ୍କ ନାଁ ରେ ଟଙ୍କା ହଡପ ହୋଇ ଥିବା ଅଭିଯୋଗ ସାମ୍ନା କୁ ଆସିଛି। ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଆମ୍ ଆଦମୀ ପାର୍ଟି ଦାବୀ କରିଛି। ସୂଚନା ଯୋଗ୍ୟ ଯେ ପୌରପାଲିକା ରେ ସଫେଇ କର୍ମୀ ନିଯୁକ୍ତି ଓ ସେଥିରେ ୪୩ ଜଣ ଭୂତ କର୍ମଚାରୀ ଙ୍କ ନାଁ ରେ ପାଖାପାଖି ୪୦ ଲକ୍ଷ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ଥାଉ କି, ପୌର ପାଳିକା ତରଫରୁ ୨୯୬ ଜଣ ସଫେଇ କର୍ମଚାରୀଙ୍କ ପାଇଁ ଟେଣ୍ଡର ହୋଇଥିଲା ହେଲେ ୩୩୯ ଜଣଙ୍କୁ ଦରମା ଦିଆ ଚାଲିଥିଲା ବୋଲି ଅଭିଯୋଗ ହୋଇଛି ସେହିପରି ସଫେଇ ପାଇଁ ମାଁ ଆଦିଶକ୍ତି ଟ୍ରଷ୍ଟ କୁ କେଉଁ ଆଧାର ରେ ଠିକା ମିଳିପାରୁଛି ଓ ବାରମ୍ବାର ଠିକା ସମୟ ସୀମା ବଢ଼ି ଚାଲିଛି ବୋଲି ପ୍ରଶ୍ନ ହେଉଛି। ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଆମ୍ ଆଦମୀ ପାର୍ଟି ର ଜିଲ୍ଲା ଆବାହକ ଭବାନୀ ସାହୁ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!