ମହାବିନାୟକ ସେବା ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଟାଇକୋଣ୍ଡ ପ୍ରତିଯୋଗୀ ସୁଶ୍ରୀ ଶୁଭଶ୍ରୀ ସମ୍ବର୍ଦ୍ଧିତ

ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ): ସୁଶ୍ରୀ ଶୁଭଶ୍ରୀ ଶୁଭସ୍ମିତା ତ୍ରିପାଠୀଙ୍କୁ ମହାବିନାୟକ ସେବା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି lମହାବିନାୟକ ସେବା ଚାରିଟେବୁଲ ଟ୍ରଷ୍ଟର ସବିତା ମିଶ୍ର ଓ କୁନା ମିଶ୍ରଙ୍କ ନେତୃତ୍ୱ ରେ ଅଶୋକ କୁମାର ରଥ, ନିରଞ୍ଜନ ମିଶ୍ର ଦିଲୀପ କୁମାର ସାମନ୍ତରାୟ,, ରମାକାନ୍ତ ସାହୁ ଵ୍ୟମକେଶ ଚିହ୍ନେରା ଝାନ୍ସୀରାଣୀ ମିଶ୍ର ସରୋଜ ପାତ୍ର ପ୍ରମୁଖ ଟାଇକୋଣ୍ଡ ଖେଳାଳୀ ସୁଶ୍ରୀ ଶୁଭଶ୍ରୀ ଶୁଭସ୍ମିତା ତ୍ରିପାଠୀଙ୍କ ବାସଭବନ କୁ ଯାଇ ସେଠାରେ ତାଙ୍କୁ ମାନପତ୍ର, ଜଗନ୍ନାଥଙ୍କ ଫୋଟୋ, ଉତ୍ତରୀୟ, ଫୁଲତୋଡ଼ା ଦେଇ ସମ୍ମାନିତ କରିବା ସହିତ ମିଠା ଖୁଆଇଥିଲେ।

ପିତା ହରପ୍ରସାଦ ତ୍ରିପାଠୀ,ମାତା ଲିପିକା ପ୍ରିୟଦର୍ଶିନୀ ମିଶ୍ରଙ୍କ ଏକମାତ୍ର କନ୍ୟା ସୁଶ୍ରୀ ଶୁଭଶ୍ରୀ ରାଜ୍ୟ ଟାଇକୋଣ୍ଡ ପ୍ରତିଯୋଗିତା ରେ ସ୍ବର୍ଣ୍ଣ ପଦକ ଏବଂ ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚିସ୍ଥିତ ଖୋଲୋ ଗାଓଁ ଠାରେ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି କାଁସ୍ୟ ପଦକ ହାସଲ କରି ଜିଲ୍ଲା ଏବଂ ରାଜ୍ୟପାଇଁ ଗର୍ବ ଆଣିପାରିଛନ୍ତି l ମହାବିନାୟକ ସେବା ଟ୍ରଷ୍ଟ ପକ୍ଷରୁ ସୁଶ୍ରୀ ଶୁଭଶ୍ରୀଙ୍କୁ ସମ୍ମାନିତ କରାଯାଇଥିବାରୁ ତାଙ୍କ ପରିବାର ସଦସ୍ୟ ବହୁତ ଖୁସି ହେବା ସହିତ ଅଜା ପରମାନନ୍ଦ ମିଶ୍ର ଓ ଆଇ ବିଜୟଲକ୍ଷ୍ମୀ ଦାସ ଅନୁଷ୍ଠାନ କୁ ଆଶୀର୍ବାଦ ଜ୍ଞାପନ କରିଛନ୍ତି l

Leave a Reply

Your email address will not be published. Required fields are marked *

Powered by Joinchat