ଖୋର୍ଦ୍ଧା (ରିପୋର୍ଟ – ସମୀର ରଞ୍ଜନ ନାୟକ ): ବିକାଶ ମେଳାର ଉଦଯାପନୀ ଦିବସ. ହାବେଳିପଡିଆ ଜନ ସମାଗମ ରେ ଭରପୁର ରହିଥିଲା ଏଥି ସହିତ ପ୍ରାରମ୍ଭରେ ଖୋର୍ଦ୍ଧା ଜିଲ୍ଲା ର ସ୍ଥାନୀୟ କଳାକାର ମାନଙ୍କ ମାଧ୍ୟମରେ ସରକାର ଙ୍କ ଉନ୍ନତି ମୂଳକ କାର୍ଯ୍ୟକ୍ରମ ସାଂସ୍କୃତିକ କାର୍ଯ୍ୟକ୍ରମ ର ପରିବେଷଣ କରାଯାଇଥିଲା. ଏହାପରେ ଏକ ବୈଠକ ମୁଖ୍ୟ ଉନ୍ନୟନ -ତଥା – କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ କସ୍ତୁରି ଵାଳା ଜେନା ଙ୍କ ଅଧ୍ୟକ୍ଷତା ରେ ହୋଇଥିଲା. ପ୍ରଥମେ ଜଗନ୍ନାଥ ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା. ପରେ ସମସ୍ତ ଅତିଥିଙ୍କୁ ପୁଷ୍ପ ଗୁଚ୍ଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା.
ପ୍ରଥମେ ଓରମାସ ର ଉପ -ମୁଖ୍ୟ ନିର୍ବାହୀ ଅଧିକାରୀ ରାଜଗୋପାଳ ଦାସ ସ୍ୱାଗତ ଭାଷଣ ରଖିଥିଲେ ଏବଂ ସ୍ୱଚ୍ଛତା ବାର୍ତ୍ତା ଉପରେ ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ.ପରେ ପରେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ତାଙ୍କର ବକ୍ତବ୍ୟ ରଖିଥିଲେ. ଓଡିଶା ର ବିକାଶ ସମସ୍ତଙ୍କ ସହଯୋଗରେ ସମ୍ଭବ. ମାଆ ମାନଙ୍କୁ ବ୍ୟାଙ୍କ ମାନଙ୍କ ରେ ବିନା ସୁଧ ରେ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଉଛି.. ସରକାର ଙ୍କ ଯେତେ ଯୋଜନା ସବୁଥିରୁ ଲାଭ ଉଠେଇ ଓଡିଶା କୁ ଅଗ୍ରଣୀ ରାଜ୍ୟ କରିବାରେ ଆଗେଇ ଚାଲନ୍ତୁ. ସେପ୍ଟେମ୍ବର ୧୭ ତାରିଖ ରୁ ଅକଟୋବର ୨ ତାରିଖ ପର୍ଯ୍ୟନ୍ତ ସ୍ୱଛତା ମିଶନ ଚାଲୁ ରହିଛି. ଆମେ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲହୋଇ ଆମର ପରିବେଶ ସ୍ଵଛ ରଖି ଚାରିଆଡେ ସ୍ୱଛତା ବାର୍ତ୍ତା ପ୍ରଚାର କରିବା ପାଇଁ ସମସ୍ତ ଙ୍କୁ ଆହ୍ୱାନ କରିଥିଲେ.
ବିଭିନ୍ନ ବିଭାଗର ଷ୍ଟଲ ରେ ଭାଗ ନେଇଥିବା କାର୍ଯ୍ୟାଳୟଙ୍କୁ. ସାର୍ଟିଫିକେଟ ପ୍ରଦାନ କରା ଯାଇଥିଲା. ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନା ମୟୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ପରିଶେଷ ରେ ସଭା ସାଙ୍ଗ କରାଯାଇଥିଲା.
