୬୮ ତମ ରାଜ୍ୟସ୍ତରୀୟ ଖୋ ଖୋ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ

ପୁରୀ(ସମୀର ରଞ୍ଜନ ନାୟକ ): ଜିଲ୍ଲା ସ୍କୁଲ୍ ପରିସରରେ ୬୮ ତମ ରାଜ୍ୟ ସ୍ତରୀୟ ୧୪ ଓ ୧୭ ବର୍ଷରୁ କମ୍ ବାଳକ ବାଳିକା ଖୋ ଖୋ କ୍ରୀଡ଼ା ପ୍ରତିଯୋଗିତା ୨୦୨୪-୨୫ ଉଦ୍ଘାଟିତ ହୋଇଯାଇଛି । ଏହି ପ୍ରତିଯୋଗିତା ତା ୨୨ ରିଖ ରୁ ତା ୨୬ ରିଖ ପଯ୍ୟନ୍ତ ଦୀର୍ଘ ପାଞ୍ଚ ଦିନ ଧରି ପରିଚାଳିତ ହେବ ।ଏଥିରେ ଉଦ୍ଘାଟକ ତଥା ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ଶୁଭାଶିଷ ଖୁଣ୍ଟିଆ ଯୋଗଦେଇ କ୍ରୀଡ଼ା ହିଁ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚତମ ସୋପାନରେ ଉପନୀତ କରାଇବାର ଶ୍ରେଷ୍ଠ ମାଧ୍ଯମ ବୋଲି ମତବ୍ୟକ୍ତ କରିଥିଲେ ଓ ବିଭିନ୍ନ ଉଦାହରଣ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

ସମ୍ମାନିତ ଅତିଥି ରୂପେ ମାନ୍ୟବର ବିଧାୟକ,ପୁରୀ ସୁନୀଲ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ,ରାଜସ୍ବ, ପୁରୀ କୈଳାସ ଚନ୍ଦ୍ର ନାୟକ , ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ସ୍ବାଧୀନ କୁମାର ନାୟକ, ରାଜ୍ୟ କ୍ରୀଡ଼ା ବିଭାଗର ଯୁଗ୍ମ ନିର୍ଦେଶକ,ସପନ କୁମାର ଜେନା, ରାଜ୍ୟ ବିଦ୍ୟାଳୟ ସମୂହ ଶାରୀରିକ ଶିକ୍ଷା ସହକାରୀ ନିର୍ଦେଶକ, ଜ୍ୟୋତିପ୍ରସାଦ ପରିଡ଼ା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମମତା ମିଶ୍ର ଓ ହିମାଂଶୁ ଭୂଷଣ ସମରଥ, ଢେଙ୍କାନାଳ ଜିଲ୍ଲା ବିଦ୍ୟାଳୟ ସମୂହ ଶାରୀରିକ ଶିକ୍ଷା ଅଧିକାରୀ ପ୍ରକାଶ କୁମାର ବେହେରା ବିଇଓ ପୁରୀ ସଦର ପ୍ରମୋଦ କୁମାର କର ଉପସ୍ଥିତ ରହି ଉଦୀୟମାନ ଖେଳାଳି ମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ ।

ଏହି ସମାରୋହରେ ଓଡ଼ିଶାର ୩୦ ଗୋଟି ଜିଲ୍ଲାରୁ ମୋଟ ୧୩୫୭ ଖେଳାଳି ଅଂଶଗ୍ରହଣ କରିଛନ୍ତି । ପୁରୀ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଦୀପକ କୁମାର ପାଢ଼ୀ ଏହି ସମାରୋହରେ ସଭାପତିତ୍ବ କରିଥିଲେ ଓ ପୁରୀ ଜିଲ୍ଲା ସ୍କୁଲ୍ ପ୍ରଧାନ ଶିକ୍ଷକ ତଥା ସାଙ୍ଗଠନିକ ସମ୍ପାଦକ ଜ୍ୟୋତିର୍ମୟୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପୁରୀ ଜିଲ୍ଲା ବିଦ୍ୟାଳୟ ସମୂହ ଶାରୀରିକ ଶିକ୍ଷା ଅଧିକାରୀ ମହେନ୍ଦ୍ର କୁମାର ବିଶ୍ବାଳ ଓ ଜିଲ୍ଲାର ଅନ୍ୟାନ୍ୟ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ସାମଗ୍ରିକ ରୂପେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!