ଅନୁରା କୁମାର ଦିସାନାୟେକେଙ୍କୁ ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ବିଜୟ

ନୂଆଦିଲ୍ଲୀ : ୨୦୨୨ର ଅସ୍ଥିରତା ପରେ ପ୍ରଥମ ଥର ପାଇଁ ପଡ଼ୋଶୀ ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଛି। ଶନିବାର ସକାଳେ ଭୋଟ ଗଣତି ଆରମ୍ଭ ହୋଇଥିଲା ଏବଂ ଫଳାଫଳ ନ୍ୟାସନାଲ ପିପୁଲ୍ସ ପାୱାର (ଏନପିପି) ର ଅନୁରା କୁମାର ଦିସାନାୟେକେଙ୍କ ସପକ୍ଷରେ ରହିଛି।

ଶ୍ରୀଲଙ୍କାର ମାର୍କ୍ସବାଦୀ ନେତା ଅନୁରା କୁମାର ଦିସାନାୟେକେ ପ୍ରାରମ୍ଭିକ ଧାରାରୁ ଋଣଗ୍ରସ୍ତ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଦିଗରେ ଅଗ୍ରସର ହେଉଛନ୍ତି। ଶ୍ରୀଲଙ୍କାର ଲୋକମାନେ ଏହି ନିର୍ବାଚନରେ ଜଣେ ନେତା ଖୋଜୁଥିଲେ ଯିଏ ଦେଶର ଦୁର୍ବଳ ଅର୍ଥନୈତିକ ପରିସ୍ଥିତିକୁ ପୁନରୁଦ୍ଧାର କରିବା ପାଇଁ ପଦକ୍ଷେପ ନେବେ।

କେଉଁ କେଉଁ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢ଼ିଥିଲା?

ଦୁର୍ନୀତି ବିରୋଧୀ ପଦକ୍ଷେପ ଏବଂ ଗରିବଙ୍କ କଲ୍ୟାଣ ପାଇଁ ସେ ତାଙ୍କ ନୀତି ପ୍ରତି ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରଚାର ସମୟରେ, ଡିସାନାୟେକେ ଦେଶରେ ଅନେକ ବଡ଼ ପରିବର୍ତ୍ତନ ପାଇଁ ପ୍ରତିଶ୍ରୁତି ଦେଇଥିଲେ, ଯେଉଁଥିରେ ବିଜୟର ୪୫ ଦିନ ମଧ୍ଯରେ ସଂସଦ ଭଙ୍ଗ କରିବା ସାମିଲ ଥିଲା। ସମଗ୍ର ନିର୍ବାଚନ ସମଯ଼ରେ ସେ ନିଜକୁ ଜଣେ ଉଦାରବାଦୀ ଏବଂ ବିପ୍ଳବୀ ନେତା ଭାବେ ଉପସ୍ଥାପନ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!