ଆଜିଠୁ ମା’ଙ୍କ ଷୋଳପୂଜା ଆରମ୍ଭ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ଆଜିଠୁ ଶକ୍ତିପୀଠରେ ମା’ଙ୍କ ଷୋଳପୂଜା ଆରମ୍ଭ । ସ୍ୱତନ୍ତ୍ର ରିତିନୀତି ଅନୁଯାଇ ମା’ଙ୍କ ପୂଜାର୍ଚ୍ଚନା କରାଯିବ । ଆଜି ମୂଳାଷ୍ଟମୀରେ ରାଧାଷ୍ଟମୀରୁ ଶୟନ ନୀତିରେ ଥିବା ମାଆଙ୍କୁ ଜାଗ୍ରତ କରାଯାଏ । ମା’ଙ୍କୁ ଜାଗ୍ରତ କରିବା ପାଇଁ ସହସ୍ର କୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୁଏ । ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆଜି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବ ।

ମା’ ବିମଳାଙ୍କ ପୀଠ ନିମନ୍ତେ ପୂଜକ, ଜଣେ ପରୀଚ୍ଛା,ଚଣ୍ଡୀପାଠ,ମନ୍ତ୍ରଯାପକ,ସହସ୍ରନାମ ପାଠକଙ୍କୁ ବରଣ କରାଯିବ। ଏଥିସହ ଶ୍ରୀମନ୍ଦିର ଭିତର ବେଢା ପରିସରରେ ମା ଭୁବନେଶ୍ୱରୀ,ମା ବାଟମଙ୍ଗଳା,ଓ ମା ଉତ୍ତରାୟଣୀ ପୀଠ ଲାଗି ପୂଜକ ଏବଂ ଚଣ୍ଡୀପାଠକ ବରଣ ହେଵେ। ଶ୍ରୀକ୍ଷେତ୍ର ମଧ୍ୟରେ ଥିବା ବିଭିନ୍ନ ଶକ୍ତୀପୀଠ ଯଥା ଦକ୍ଷିଣକାଳୀ, ଆଲମଚଣ୍ଡୀ ଓ କପିଳେଷ୍ୱର ଶାସନର ପଞ୍ଚମୁଖୀ ଠାକୁରାଣୀଙ୍କ ପୀଠରେ ଷୋଳପୂଜା ପାଇଁ ପୂଜକ,ଚଣ୍ଡୀପାଠକ ମାନଙ୍କୁ ମଧ୍ୟ ଆଜି ବରଣ କରାଯିବାର ପରମ୍ପରା ରହିଛି

Leave a Reply

Your email address will not be published. Required fields are marked *

error: Content is protected !!