ବ୍ଲକସ୍ତରୀୟ ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନାର ଜନ ଶୁଣାଣି ଅନୁଷ୍ଠିତ

ମୟୁରଭଞ୍ଜ ( ରିପୋର୍ଟ – ଜିତେନ୍ଦ୍ର ରାଜ ): ଆଜି କରଞ୍ଜିଆ ବ୍ଲକ ସମ୍ମିଳନୀ କକ୍ଷ ରେ ବ୍ଲକ ସ୍ତରୀୟ ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନା ର ଜନ ଶୁଣାଣି ଶିବିର ବିଡ଼ିଓ ସୁଶାନ୍ତ କୁମାର ସୁତାର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ତୁଷାରକାନ୍ତ ମହାନ୍ତ ଙ୍କ ପରିଚାଳନା କରିଥିବା ବେଳେ ମୁଖ୍ୟଅତିଥି ରୂପେ ବ୍ଲକ ଅଧକ୍ଷା ସୁଭଦ୍ରା ମାରାଣ୍ଡି, ଉପାଧ୍ୟକ୍ଷ ଛତିଶ ଚନ୍ଦ୍ର ମହାନ୍ତ, ଏମଜିନରେଗା ଜନଶୁଣାଣି କମିଟି ସଦସ୍ୟ ଚନ୍ଦ୍ର କୁମାର ଶ୍ୟାମଳେନ୍ଦୁ ଦାସ, କାଳିଚରଣ ମହାନ୍ତ,ପିଇଓ ଦେବାଶିଷ ସାହୁ ମଞ୍ଚାସିନ ଥିଲେ ବୈଠକରେ ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନା ଅନ୍ତର୍ଗତ ୧୫ ଗୋଟି ଗ୍ରାମ ପଞ୍ଚାୟତରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଗୁଡିକର ସାମାଜିକ ସମୀକ୍ଷା ସହିତ ସମସ୍ତ ଦିଗରେ ଆଲୋଚନା ହୋଇଥିଲା ଅକ୍ଟୋବର ୧ ଠାରୁ ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମୃତିକା ସଂରକ୍ଷଣ ବିଭାଗ , ଜଙ୍ଗଲ ବିଭାଗ, ଉଦ୍ୟାନ କୃଷି, ଖଡିଆ ମାଙ୍କଡ଼ିଆ ଉନ୍ନୟନ ବିଭାଗ, ଆଦିବାସୀ ଉନ୍ନୟନ ବିଭାଗ ଓ ବ୍ଲକର ସମସ୍ତ ଲାଇନ ବିଭାଗ ର ଅଧିକାରୀ ଏବଂ ବ୍ଲକର ସମସ୍ତ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟା ମାନେ ଉପସ୍ଥିତ ଥିଲେ କାର୍ଯ୍ୟକ୍ରମ ଶେଷରେ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ତୁଷାରକାନ୍ତ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *

error: Content is protected !!