ଜନମିତ୍ରର ୨୦ତମ ପ୍ରତିଷ୍ଠା ଦିବସ

ବରଗଡ (ରିପୋର୍ଟ – ମୁକୁନ୍ଦ ଦାସ ) : ଜନମିତ୍ରର ୨୦ତମ ପ୍ରତିଷ୍ଠା ଦିବସ କ୍ଷେତରାଜପୁର ସ୍ଥିତ ନାରାୟଣୀ ସତସଙ୍ଘ ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଜିଲ୍ଳା ଶିଶୁ ମଙ୍ଗଳ ଅଧିକାରୀ ଶ୍ରୀ ପ୍ରଶାନ୍ତ ପାଢ଼ୀ, ସମ୍ମାନିତ ଅତିଥି ବରିଷ୍ଠ ଓକିଲ ଜୟକୃଷ୍ଣ ବେହେରା ଓ ସମାଜସେବୀ ଡ଼ଃ ରାଜାରାମ ଷଡ଼ଙ୍ଗୀ, ସମ୍ପାଦକ ରାଧେଶ୍ୟାମ ପଣ୍ଡା ଏବଂ ବରିଷ୍ଠ ଓକିଲ ଶ୍ରୀ ଅରବିନ୍ଦ ନାୟକ ସଭା ସଂଚଳନ କରିଥିଲେ l ଅତିଥି ଗଣ ଜନମିତ୍ର ଦ୍ୱାରା ଆୟୋଜିତ ପରିବେଶ ସୁରକ୍ଷା ଓ ବିଭିନ୍ନ କାର୍ଯ୍ୟକ୍ରମ ର ଭୂୟାଁସୀ ପ୍ରଂଶସା କରିଥିଲେ।

ଏହି ଅବସରରେ କବିତା ପାଠ ର ଆୟୋଜନ କରାଯାଇଥିଲା। ବରଗଡର ଜଣାଶୁଣା ବରିଷ୍ଟ ସାମ୍ବାଦିକ ଶ୍ରୀ ଆଶୁତୋଷ ରଥ ଙ୍କୁ ଚଳିତ ବର୍ଷ ଜନମିତ୍ର ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଟିକେଶ୍ୱର ପ୍ରଧାନ, ସୁନିତା ହରିପାଳ, ସତମାନ ବାଗ, ସୁଧୀର ମିଶ୍ର, ବସନ୍ତ ସ୍ୱାଇଁ, ହରିସଙ୍କର ମିଶ୍ର, ସବିତା ମିଶ୍ର, ସାଧବ ପ୍ରଧାନ ଇତ୍ୟାଦି ଯୋଗଦାନ କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!