ବରଗଡ (ରିପୋର୍ଟ – ମୁକୁନ୍ଦ ଦାସ ): ବରପାଲି ରାଉତ ଆର୍ଟ ଫାଉଣ୍ଡେସନ ତରଫରୁ ଜାତୀୟ ଜଳରଙ୍ଗ ପ୍ରଦର୍ଶନୀ ରାଉତ ଆର୍ଟ ଗ୍ୟାଲେରୀରେ ଉଦଯାପନୀ ସମାରୋହ ପାଳିତ ହୋଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ଡ଼ ରବୀନ୍ଦ୍ର ଗଡତିଆ ଓ ସମ୍ମାନିତ ଅତିଥି ଭାବେ ଶ୍ରୀ ଯଦୁମଣି ବିଶି ଓ ବିଶିଷ୍ଟ କଳାକାର କେଦାର ନାୟକ ଯୋଗ ଦେଇ ଗ୍ୟାଲେରୀ ବୁଲି ଚିତ୍ର ଗୁଡିକ ଦେଖିଥିଲେ l ଉଦଯାପନୀ ସଭାରେ ସମସ୍ତ ଏଥିରେ ୩୫ ଜଣ କଳାକାରଙ୍କୁ ପ୍ରମାଣପତ୍ର ଦିଆଯାଇ ଥିଲା l ଏଥିରେ ଓଡ଼ିଶା ର ବରଗଡ଼, ଭଟଲି,ସମ୍ବଲପୁର,ସୋନପୁର,ବୌଦ୍ଧ, ପୁରୀ, ଖୋର୍ଦ୍ଧା, ମୟୁରଭଞ୍ଜ, ଗଞ୍ଜାମ ଜିଲ୍ଲା ଆଦି ସହ ପଶ୍ଚିମ ବଙ୍ଗ ର କଳାକାର ମାନଙ୍କ ପେଣ୍ଟିଙ୍ଗ ପ୍ରଦର୍ଶିତ ହୋଇଛି l
ଆର୍ଟିଷ୍ଟ ବିଭାଗ ରେ ରମାକାନ୍ତ ତ୍ରିପାଠୀ, ବିଜେନ୍ଦ୍ର ବେହେରା ପ୍ରତ୍ୟୁଷ ପଣ୍ଡା, ଭାଗବତ ପ୍ରସାଦ ମିଶ୍ର, ଓ଼ମଂ ପ୍ରକାଶ ବେହେରା, ଆଶୁତୋଷ ବିଶ୍ୱାଳ, ପୂର୍ଣଚନ୍ଦ୍ର ମେହେର ତ୍ରିସୁକ ମହାରଣା, ଦୁର୍ଯ୍ୟୋଧନ ମେହେର, ଆନନ୍ଦିତା ମହାନ୍ତି, ସଂଯୁକ୍ତା ପଧାନ ସ୍ୱପ୍ନାରାଣୀ ଭୁଏ, ସଂସ୍କୃତିକା ପୁରୋହିତ, ଅମୃତାଂଶୁ ଏସ କୁମ୍ଭାର, ଈଶ୍ୱର କୁମାର ମହନ୍ତ , ପ୍ରିତିଶ କୁମାର ସାହୁ, ଚିତ୍ରସେନ ବିଶୋଇ ରାଜେନ୍ଦ୍ର ସାହୁ, ବିଶ୍ୱଜିତ ବିଶ୍ୱାସ ଓ ଛାତ୍ର ଛାତ୍ରୀ ବିଭାଗ ରେ ଜୟଶ୍ରୀ ବେହେରା, ସିଦ୍ଧିଶ୍ରୀୟା ପଣ୍ଡା, ଭରତ ସାହୁ, କୃଷ୍ଣଚନ୍ଦ୍ର ବେହେରା, ବେଦାଂଶୀ ମହାନ୍ତି, କାବ୍ୟା ଅଗ୍ରୱାଲ, ରୋସନ ଭୁଏ, ରିତେଶ ପାଉଲେ, ସେଜଲ ଦାସ, ଲିନୁ ସାହୁ, ଅନ୍ୱିତା ସାହୁ ମାହି ଯାଦବ, ଅର୍ଣ୍ଣବ ଆଶୁତୋଷ ପ୍ରଧାନ, ଅଙ୍କିତା ଜାଲ, ଶ୍ରୀଜୀନା ପଧାନ ସ୍ୱୟଂସିଦ୍ଧି ସାହୁ ଜଳରଙ୍ଗ ଙ୍କ ପେଣ୍ଟିଙ୍ଗ ପ୍ରଦର୍ଶିତ ହୋଇଛି l
ରାଉତ ଆର୍ଟ ଫାଉଣ୍ଡେସନ ର ପ୍ରତିଷ୍ଠାତା ଚିତ୍ରକର ଚନ୍ଦ୍ରଶେଖର ରାଉତ ଏହାର ଆୟୋଜନ କରିଥିଲେ l ଏହି ଉତ୍ସବ ତ୍ରିସୁକ ମହାରଣା, ଓଁମ ପ୍ରକାଶ ବେହେରା, ଅମୃତାଂଶୁ ଏସ କୁମ୍ଭାର ଙ୍କୁ ଉତ୍କୃଷ୍ଟ ୱାଟର କଲର ପାଇଁ ପ୍ରତି ଆର୍ଟିଷ୍ଟ ୨୦୦୦ ଟଙ୍କା ଓ ଛାତ୍ର ଛାତ୍ରୀ ବିଭାଗ ରେ ସିଦ୍ଧିଶ୍ରୀୟା ପଣ୍ଡା, ଭରତସାହୁ, ଶ୍ରୀଜିନା ପଧାନ ଓ ରୋଶନ ଭୁଏଙ୍କୁ ଉତ୍କୃଷ୍ଟ ୱାଟର କଲର ପାଇଁ ପ୍ରତି କଳାକାର ଙ୍କୁ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଗଲା l