ପୋଲିସ ବିଭାଗରେ ପ୍ରଭାବଶାଳୀ ଆଇପିଏସ ପାହ୍ୟା ଅଧିକାରୀଙ୍କ ବଦଳି

ଭୁବନେଶ୍ୱର : ରାଜ୍ୟରେ ମୋହନଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ଆଇପିଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ କରାଯାଇଛି। ପୂର୍ବରୁ ପୁଲିସ୍ ବିଭାଗରେ ଗୁରୁତ୍ବପୂର୍ଣ୍ଣ ପଦବିରେ ବସିଥିବା ପ୍ରଭାବଶାଳୀ ଆଇପିଏସ୍ ଅଧିକାରୀମାନଙ୍କୁ ହଟାଇ ଦିଆଯାଇଛି।

ରାଜ୍ୟର ଚର୍ଚ୍ଚିତ ଆଇପିଏସ୍ ତଥା କ୍ରାଇମ୍ ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କୁ ସିଆଇଡି ସିବିରୁ ବିଦା କରାଯାଇ ରେଳବାଇ ଓ ସାମୁଦ୍ରିକ ତଟ ସୁରକ୍ଷା ଏଡିଜି ଭାବେ ଅବସ୍ଥାପିତ କରାଯାଇଛି। ବୋଥ୍ରାଙ୍କ ସ୍ଥାନରେ ସିଆଇଡି ସିବି ଭାବେ ବିନୟତୋଷ ମିଶ୍ର ଅବସ୍ଥାପିତ ହୋଇଛନ୍ତି। ଅନ୍ୟପକ୍ଷରେ ଜେଲ୍ ନିର୍ଦ୍ଦେଶକ ଭାବେ ଅରୁଣ କୁମାର ରାୟଙ୍କୁ ନିଯୁକ୍ତି ଦିଆଯାଇଛି।

କେଉଁ ଅଞ୍ଚଳର ଏସ୍‌ପି କିଏ ହେଲେ ଜାଣନ୍ତୁ:

ଖୋର୍ଦ୍ଧା: ସାଗରିକା ନାଥ

ପୁରୀ: ଭିନିତ ଅଗ୍ରଓ୍ବାଲ

କଟକ (ଗ୍ରାମାଞ୍ଚଳ): ପ୍ରତୀକ ସିଂ

ଅନୁଗୁଳ: ରାହୁଲ ଜୈନ

ବ୍ରହ୍ମପୁର: ଶ୍ରବଣା ବିବେକ ଏମ୍

ଯାଜପୁର: ୟଶପ୍ରତାପ ଶ୍ରୀମଲା

ମୟୂରଭଞ୍ଜ: ବରୁଣ ଗୁଣ୍ଟୁପଲ୍ଲୀ

ରାୟଗଡ଼ା: ସ୍ବାଥୀ ଏସ୍‌ କୁମାର

ନୟାଗଡ଼: ଏସ୍‌ ସୁଶ୍ରୀ

ରାଉରକେଲା: ନୀତେଶ ଓ୍ବାଧଓ୍ବାନୀ

ବାଲେଶ୍ବର: ରାଜ ପ୍ରସାଦ

ବୌଦ୍ଧ: ନାଗରାଜ ଦେବରକୋଣ୍ଡା

ଗଞ୍ଜାମ: ସୁଭେନ୍ଦୁ କୁମାର ପାତ୍ର

ଢେଙ୍କାନାଳ: ଅଭିନବ ସୋନକର

କୋରାପୁଟ: ରୋହତ ବର୍ମା

କନ୍ଧମାଳ: ହରିଶ ବି ସି

ଦେବଗଡ଼: ଅନୀଲ କୁମାର ମିିଶ୍ର

ସୋନପୁର: ରାମ ପ୍ରସାଦ ସାହୁୁ

ଜଗତସିଂହପୁର: ଭବାନୀ ଶଙ୍କର ଉଡଗତା

ନବରଙ୍ଗପୁର: ମିହିର ପଣ୍ଡା

ଗଜପତି: ଯତୀନ୍ଦ୍ର କୁମାର ପଣ୍ଡା

Leave a Reply

Your email address will not be published. Required fields are marked *

error: Content is protected !!