ଭୁକ୍ତା କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”

ବରଗଡ (ରିପୋର୍ଟ – ମୁକୁନ୍ଦ ଦାସ ): ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ଅନ୍ତର୍ଗତ ଭୁକ୍ତା ସ୍ଥିତ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଭୁକ୍ତା କ୍ଲଷ୍ଟରସ୍ତରୀୟ ଶିଶୁପ୍ରତିଭାର ବିକାଶ ପାଇଁ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ – ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ ବର୍ଗରେ କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ବରିଷ୍ଠ ବର୍ଗରୁ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ତର୍କ, ପ୍ରବନ୍ଧ, କୁଇଜ୍, ହସ୍ତଲିଖନ, ଚିତ୍ରାଙ୍କନ, ପିଏମ୍ ପୋଷଣ ଚିତ୍ରକଳା, ବକ୍ତୃତା, ସୃଜନଶୀଳ ଲିଖନ ,ଗଳ୍ପ କଥନ, ଅଙ୍କ ଦୌଡ, ଗଣିତ କୁଇଜ୍, ନୃତ୍ୟ ଓ ସଙ୍ଗୀତ ଆଦି ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଭୁକ୍ତା ବ୍ଲକ କଲୋନୀ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ୟାମ ଚରଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟଅତିଥି ଭାବରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲାଲ ମୋହନ ସିଂ, ସମ୍ମାନିତ ଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୋହନ ଚରଣ ମହାନ୍ତ, ଆଦିବାସୀ ଶିକ୍ଷା ସଂଯୋଜକ ମିଥୁନ ପ୍ରଧାନ, ପିରାମଲ ଫାଉଣ୍ଡେସନର ଈଶୁ ବତ୍ସ, ଶିକ୍ଷକ ମିଳନ କୁମାର ପଟେଲ ଯୋଗ ଦେଇଥିଲେ। ଠିକ୍ ସେହିପରି ଉଦଯାପନୀ ଉତ୍ସବରେ ବ୍ଲକ୍ କଲୋନୀ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ମୋହନ ସିଂ ପଟେଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ଭାବନା ସାହୁ ସମ୍ମାନିତ ଅତିଥି ଭାବରେ ଶିକ୍ଷକ ମିଳନ କୁମାର ପଟେଲ, ଥଣ୍ଡାରାମ ପଧାନ, ରବି ବେହେରା, ସଞ୍ଜୟ ଖମାରୀ,ସି ଆର ସି ସି କେଦାର ନାଏକ ପ୍ରମୁଖ ମଞ୍ଚାସୀନ ହୋଇ ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ।

ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଭୁକ୍ତାର କେଦାର ନାଏକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଆକୁଳ ବାଗ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଶିକ୍ଷକ ସଞ୍ଜୟ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ସ୍ଵାଧୀନ ସାହୁ, ପ୍ରେମଜିତ ସୁନା,ଭୈରବନାଥ ପଟେଲ, ମୀନକେତନ ଥପା,ଗୋଲେକ ପଧାନ, ରଞ୍ଜନ ଭୁଏ, ସଞ୍ଜୀବ ସା, ଆକୁଳ ବାଗ,ସଞ୍ଜୟ ଖମାରୀ,ଲତା ସିଦାର୍,ସରସ୍ଵତୀ ପଟେଲ,ରାଜକୁମାରୀ ଭୁଏ,ସୌଦାମିନୀ ବାରିକ,ମନୋଜା ପଟେଲ, ବବଲି ଭେସ୍ରା, ସନ୍ତୋଷିନୀ ଗୁଏଲ, ଇନ୍ଦୁ ବଘେଲ ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରିଥିବା ବେଳେ ସି ଆର ସିସି ପୁନୀରାମ ଗଣ୍ଡ, ରାମେଶ୍ବର ଭୋଇ, ଚୌଧୁରୀ ପାତ୍ର, ସିଦ୍ଧାର୍ଥ ଶଙ୍କର ପ୍ରଧାନ, କେଦାର ନାଏକ ଏବଂ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!