ବାଲୁକା କଳାରେ ସ୍ୱଛତା ହିଁ ସେବାର ସଚେତନତା ଅଭିଯାନ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ନୀଳାଦ୍ରି ବିଚ ଠାରେ ବାଲୁକା କଳା ମାଧ୍ୟମରେ ପୁରୀ ଜିଲ୍ଲା ସ୍ତରୀୟ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମର ବାଲୁକା କଳା କୁ ଉଦଘାଟନ କରିଛନ୍ତି ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର।ଆଜି ପୂର୍ବାହ୍ନରେ ନୀଳାଦ୍ରି ବିଚ ଠାରେ ଏହି ବାଲୁକା କଳା କୁ ସାଂସଦ ଡା ପାତ୍ର ଉଦଘାଟନ କରିବା ସହ ସ୍ୱଛତା ଏକ ସେବା ଯାହା ସମସ୍ତ ଙ୍କ ପାଇଁ ଅପରିହାର୍ଯ୍ୟ ବୋଲି କହିଥିଲେ।ଆମ ସ୍ୱଭାବ ରେ ସ୍ୱଛତା, ସଂସ୍କାର ରେ ସ୍ୱଛତା ସହ ପରିବେଶରେ ସ୍ୱଛତା ଦ୍ଵାରା ଆମେ ସୁସ୍ଥ, ଆମ ସମାଜ ସୁସ୍ଥ ହୋଇ ପାରିବ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମ ରେ ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ପୁରୀ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଜିଲ୍ଲା ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜୀବ କୁମାର ବେହେରା, ପୁରୀ ସଦର ବିଡ଼ିଓ ସମ୍ବିତ ଶତପଥୀ, ପରିମଳ ବିଭାଗର ଡିପିସି ଦିପ୍ତୀ ରଞ୍ଜନ ପ୍ରଧାନ ପ୍ରମୁଖ ଯୋଗ ଦେଇ ଥିଲେ।ପୂର୍ବରୁ ଉପରୋକ୍ତ ଅତିଥି ମାନଙ୍କ ଦ୍ୱାରା ଦିଗବାରେଣୀ ବେଳାଭୂମି ଠାରେ ସ୍ୱଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟ ରେ ଅତିଥି ମାନେ ଏକ ସ୍ୱଛତା ଶୋଭାଯାତ୍ରା କୁ ଉଦଘାଟନ କରିଥିଲେ।କାର୍ଯ୍ୟକ୍ରମ ରେ ସମସ୍ତ ସରକାରୀ କର୍ମଚାରୀ,ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!