ପୁରୀରେ ଗାନ୍ଧିଜୀ ଓ ଶାସ୍ତୀଜୀଙ୍କ ଜୟନ୍ତୀ ପାଳିତ, ଗାନ୍ଧିଜୀଙ୍କ ବିଚାରଧାରା ଚିର ଅମର

ପୁରୀ (ସମୀର ରଞ୍ଜନ ନାୟକ )ମହାତ୍ମାଗାନ୍ଧୀଙ୍କ ଆଦର୍ଶ ଓ ବିଚାର ଧାରାର ମୃତ୍ୟୁ ନାହିଁ।ତାହା ଚିର ଅମର।ସେହିପରି ଶାନ୍ତିଦୂତ ଲାଲ ବାହାଦୂର ଶାସ୍ତ୍ରୀ ଙ୍କ ତ୍ୟାଗ, ସ୍ୱାଭିମାନ ପିଢ଼ି ପରେ ପିଢ଼ି ଆମକୁ ଅନୁପ୍ରାଣିତ କରି ଚାଲିଥିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ। ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ପରିସର ରେ ଜିଲ୍ଲା ପ୍ରଶାସନ,ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ଯାଳୟ ପକ୍ଷରୁ ମହାତ୍ମାଗାନ୍ଧୀ ଙ୍କ ୧୫୫ ତମ ଓ ଶାସ୍ତ୍ରୀଜୀ ଙ୍କ ୧୨୦ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଅହିଂସା କୁ ଅସ୍ତ୍ର କରି ଜଣେ ରକ୍ତ ମାଂସଧାରୀ ମଣିଷ ଯେ ଗୋଟେ ଦୁର୍ଦ୍ଧଶ ବ୍ରିଟିଶ ସେନାକୁ ପରାହତ କରିଥିଲେ ତାହା ହୁଏତ ପର ପିଢ଼ି ବିଶ୍ବାସ କରିବା କଷ୍ଟ।

ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରି ଜାତିର ଜନକ ମହାତ୍ମାଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୂର ଶାସ୍ତ୍ରୀଜୀ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ।ଉଭୟ ମହାପୁରୁଷଙ୍କ ଜୀବନୀ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ ଆଜିର ଦିବସ ଶାନ୍ତି, ଅହିଂସା, ପ୍ରେମ,ସମୟାନୁବର୍ତ୍ତୀତା ଓ ସଂକଳ୍ପ ର ଦିବସ ଭାବେ ସମସ୍ତେ ପାଳନ କରିବାକୁ ଅନୁରୋଧ କରିଥିଲେ।ସର୍ବୋଦୟ ମେଳା ସମ୍ପାଦକ ଶିବ ପ୍ରସାଦ ମିଶ୍ର ଉଭୟ ବରପୁତ୍ର ଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ପୁରୀ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ, ମଞ୍ଚ ପରିଚାଳନା କରିବା ସହ ଗାନ୍ଧିଜୀ ଓ ଶାସ୍ତ୍ରୀଜୀ ଙ୍କ ଆଦର୍ଶ,ବିଚାର ଧାରା ଯୁଗ ଯୁଗ ପାଇଁ ସମଗ୍ର ବିଶ୍ୱ କୁ ପ୍ରଭାବିତ କରି ଚାଲିଥିବ ବୋଲି କହିଥିଲେ।

ପରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ସିଦ୍ଧ ମହାବୀର ସଂଗୀତ ଅନୁଷ୍ଠାନ ପକ୍ଷରୁ ସତ୍ୟପ୍ରିୟ ମହାପାତ୍ର ଓ ସାଥି ମାନେ ବୈଷ୍ଣବ ଜନତୋ ଭଜନ ସହ ଅନ୍ୟାନ୍ୟ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିଲେ।ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ପୂର୍ବରୁ ଗାନ୍ଧୀ ଘାଟ ଠାରେ ଗାନ୍ଧୀଜୀଙ୍କ ପ୍ରତମୂର୍ତ୍ତୀ ଓ ଶାସ୍ତୀଜୀ ଙ୍କ ଫଟୋଚିତ୍ର ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରାଙ୍କ ସହ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ପ୍ରମୁଖ ଅତିଥି ମାନେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରିଥିଲେ।

ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ,ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶୋଭାଯାତ୍ରାରେ ଆସି ଗାନ୍ଧୀ ଘାଟ ଠାରେ ପହଞ୍ଚି ଏଥିରେ ସାମିଲ ହୋଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସର୍ବୋଦୟ ମେଳାର ସଦସ୍ୟ, ଉପଖଣ୍ଡ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ସେନାପତି,ଏଆଇଓ ରାଜେନ୍ଦ୍ର କୁମାର ପାତ୍ର,ଅନ୍ୟାନ୍ୟ କର୍ମଚାରୀ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat