ସୁବର୍ଣ୍ଣପୁର ଜିଲ୍ଲାରେ ନୂତନ ଏସପି ଙ୍କ ଯୋଗଦାନ

ସୁବର୍ଣ୍ଣପୁର(ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁର ର ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବରେ ରାମ ପ୍ରସାଦ ସାହୁ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଥିଲେ। ଏଠାରେ ପୂର୍ବରୁ କାର୍ଯ୍ୟରତ ଆଇପିଏସ୍ ଅଫିସର ୟଶ ପ୍ରତାପ ଶ୍ରୀମାଲ୍‌ଙ୍କ ଯାଜପୁର ଜିଲ୍ଲାର ଏସ୍‌ପି ଭାବେ ବଦଳି ହୋଇଥିବା ବେଳେ ଗତକାଲି ତାଙ୍କୁ ପୋଲିସ ବାହିନୀ ତଥା ବିଭିନ୍ନ ବିଭାଗ ଓ ଅନୁଷ୍ଠାନ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଧନା ଦିଆଯାଇଥିଲା। ଶ୍ରୀ ସାହୁ ଗତକାଲି ଅତିରିକ୍ତ ଏସ୍‌ପି ବୀରେନ୍ଦ୍ର କୁମାର ନାୟକଙ୍କ ନିକଟରୁ ଏହି ଦାୟିତ୍ଵ ଗ୍ରହଣ କରିଛନ୍ତି।

ସେ ଆଗରୁ ଦେବଗଡ଼ ଜିଲ୍ଲାର ଏସ୍‌ପି ଭାବେ କାର୍ଯ୍ୟ କରିବା ସହ ପୂର୍ବରୁ ଭୁବନେଶ୍ବର ସ୍ପେଶାଲ ବ୍ରାଞ୍ଚ ଏସପି ଏବଂ ବ୍ରଜରାଜନଗରର ଓ କୁଚିଣ୍ଡାରେ ଏସଡିପିଓ ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ଜିଲାରେ ଆଇନଶୃଙ୍ଖଳା, ମହିଳା ବିରୋଧୀ ହିଂସା ଓ ଆଗକୁ ପାର୍ବଣ ଥିବାରୁ ଅମାନିଆ ଙ୍କୁ ସାବାଡ କରିବା ସହ ଟ୍ରାଫିକ୍ ବ୍ୟବସ୍ଥା ଓ ପୋଲିସ ପେଟ୍ରୋଲିଂକୁ କଡାକଡି କରିବା ଦିଗରେ ଉଦ୍ୟମ କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ନୂତନ ଏସପି କାର୍ଯ୍ୟରେ ଯୋଗଦେବା ପରେ ବିଭାଗୀୟ ଉଚ୍ଚ ଅଧିକାରୀ ତଥା ସମସ୍ତ ଥାନାର ଆଇଆଇସି ଓ ଜିଲ୍ଲା ପୋଲିସ ମୁଖ୍ୟାଳୟର କର୍ମଚାରୀ ମାନେ ସାକ୍ଷାତ ସହ ସ୍ବାଗତ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!