ନୂଆଁଖାଇ ଭେଟଘାଟ ଓ ପୂଜ୍ୟପୂଜା ମହୋତ୍ସବ ଓଡିଶା କର୍ମଜୀଵୀ ସାମ୍ବାଦିକ ସଂଘ

ବରଗଡ (ମୁକୁନ୍ଦ ଦାସ ): କୌଟିଲ୍ୟ ଗ୍ଲୋବାଲ ସ୍କୁଲ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲରେ ରାଜ୍ୟ ସ୍ତରୀୟ ପୂଜ୍ୟପୂଜା ମହୋତ୍ସବ ଏବଂ ନୂଆଁଖାଇ ଭେଟଘାଟ ସଂଘ ସଭାପତି ଆଶୁତୋଷ ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ବରଗଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲାଦ କାଶଲ ଯୋଗଦେଇଥିବା ବେଳେ କବିତା ସମ୍ମିଳନୀ କବିର କାଚେଁନ କବିତାର ଟାଚେଁନ ଅନୁଷ୍ଠିତ ହୋଇଥିଲା l କବି ନୀତିଶ ଆଚାର୍ଯ୍ୟ, କିଶୋର ସାହୁ, ଶିଶିର ପୁରୋହିତ, କୈଳାଶ ପଣ୍ଡା, ଦେବେନ୍ଦ୍ର ସାହୁ କବିତା ଆବୃତ୍ତି କରିଥିବା ବେଳେ ମହେଶ ଶତପଥି ଏବଂ ସଂଘମିତ୍ରା ପଟ୍ଟନାୟକ ମଞ୍ଚ ସଂଚାଳନ କରିଥିଲେ l

ଦ୍ୱିତୀୟ ଅଧିବେଶନ ରେ ତପସ୍ୱିନୀ ଦାସ ସଂଗୀତ ଗାନ କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ମୁଖ୍ୟଅତିଥି, ବରଗଡ ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ସମାଜସେବୀ ପ୍ରମୋଦ ଅଗ୍ରୱାଲ, ଅଭିଭାବକ ସଂଘ ର ସଭାପତି ବିମଲ ଦାସ, ମୁଖ୍ୟବକ୍ତା ଡ. ଜୟଦେବ ଭୋଇ, ସମ୍ମାନୀତ ଅତିଥି ଆୟାସ ପଣ୍ଡା ପ୍ରମୁଖ ଯୋଗ ଦେଇଥିବା ବେଳେ ତୃତୀୟ ଅଧିବେଶନ ରେ ସମାଜ ସେବୀ ଭୋଜରାଜ ବାଗ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମାଜସେବୀ ପ୍ରୀତମ ସିଂ, ମୁଖ୍ୟବକ୍ତା ଡ ରମାକାନ୍ତ ଶତପଥି ଯୋଗ ଦେଇଥିଲେ ଏହି ଅବସରରେ ନିଷ୍ଠା ପରିବାର, ରେଶମା ଦୋରା ଓ ସଂଘମିତ୍ରା ପଟେଲ ଙ୍କୁ ସେବାଶ୍ରୀ ସମ୍ମାନ, ସଂକଳ୍ପ ପରିବାର,ଏଚିଭର୍ସ ଫାଉଣ୍ଡେସନ ଓ ଅଟୋରିକ୍ସା ମାଲିକ ସଂଘକୁ ସେବା ଗୌରବ ସମ୍ମାନରେ, ତ୍ରିଲୋକ୍ୟ ନାୟକ ଓ ଟାଇକାଣ୍ଡୋ ଆସୋସିଏସନକୁ କ୍ରୀଡାରତ୍ନ ସମ୍ମାନ,ଜିଲ୍ଲା ସମାଜସେବୀ ସଂଘକୁ ସେବାବିଭୁତି ସମ୍ମାନ,ସମ୍ବଲପୁର ର ବରିଷ୍ଠ ସାମ୍ବାଦିକ ରାଧେଶ୍ୟାମ ପଣ୍ଡା ଙ୍କୁ ନାରଦ ମହର୍ଷି ସମ୍ମାନ, ସାମ୍ବାଦିକ ସତ୍ୟଜିତ ଦାଶ ଓ ମନୀଷ ଶର୍ମାଙ୍କୁ ସାମ୍ବାଦିକ ଗୌରବ ସମ୍ମାନ,

ଭାଗବତୀଆ ମେହେର ଓ ଘନଶ୍ୟାମ ନାଗ ଏବଂ ଗ୍ରୁପଙ୍କୁ କଳାରତ୍ନ ସମ୍ମାନ,ସୂର୍ଯ୍ୟନାରାୟଣ ମାହାନା ଓ ତପସ୍ୱିନୀ ଦାସଙ୍କୁ କଣ୍ଠଶିଳ୍ପୀ ସମ୍ମାନ,ସୌଦାଗର କୁଅରଙ୍କୁ ଶିକ୍ଷାରତ୍ନ ସମ୍ମାନ, ଡ. ଦେବାଶିଷ ବିର୍ତିଆଙ୍କୁ ଶିକ୍ଷା ଦର୍ପଣ ସମ୍ମାନ, କିଶୋର କୁଅଁରଙ୍କୁ କଳାଗୌରବ ସମ୍ମାନ, ଅନିମା ଚକ୍ରବର୍ତ୍ତୀଙ୍କୁ ବାଗ୍ମୀନାରୀ ସମ୍ମାନ, ସୁମନ୍ତ କୁମାର ଆଚାର୍ଯ୍ୟଙ୍କୁ ଶିକ୍ଷା ସୌରଭ ସମ୍ମାନ, ପ୍ରଦୀପ୍ତଭାନୁ ମହାନ୍ତିଙ୍କୁ ଶିଶୁ ସାହିତ୍ୟରତ୍ନ ସମ୍ମାନ, ସଂଘମିତ୍ରା ପଟ୍ଟନାୟକଙ୍କୁ ବୀଣାପାଣି ସମ୍ମାନ, ବଳଦେବ ସାହୁଙ୍କୁ ବେଷ୍ଟ ଫଟୋଗ୍ରାଫର, ଦେବେନ୍ଦ୍ର କୁମାର ନାଏକଙ୍କୁ ଭାଷାରତ୍ନ ସମ୍ମାନ, ଚଂଡିଭଟା ଅର୍ଗାନିକ ଲାଇଫ ଫାର୍ମିଙ୍ଗ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ଙ୍କୁ କୃଷିରତ୍ନ ସମ୍ମାନ ଆଦି ଅନେକ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସାମ୍ବାଦିକ ମୋତିଲାଲ ବାଗ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!