ଇମ୍ପେରିଆଲ୍ କଲେଜ ଶିକ୍ଷାର୍ଥୀଙ୍କ ଇକୋ ପରିଭ୍ରମଣ ଓ ପରିବ୍ରାଜକ ପକ୍ଷୀଙ୍କ ତଥ୍ଯ ସଂଗ୍ରହ

ବରଗଡ (ରିପୋର୍ଟ – ମୁକୁନ୍ଦ ଦାସ ): ବରଗଡ ସ୍ଥିତ ଇମ୍ପେରିଆଲ୍ କଲେଜର ଶିକ୍ଷାର୍ଥୀ ଭଟଲି ବ୍ଲକ ଅନ୍ତର୍ଗତ କର୍ଲାଯୋରୀ ଓ ଅନ୍ତପାଲି ଗ୍ରାମକୁ ଶୈକ୍ଷିକ ପରିଭ୍ରମଣରେ ଆସି ବିଭିନ୍ନ ପ୍ରଜାତିର ପରିବ୍ରାଜକ ପକ୍ଷୀ ଦର୍ଶନ କରିଥିଲେ। ବରଗଡ ସ୍ଥିତ ଇମ୍ପେରିଆଲ୍ କଲେଜର ଶିକ୍ଷାର୍ଥୀ ଭଟଲି ବ୍ଲକ ଅନ୍ତର୍ଗତ କର୍ଲାଯୋରୀ ଓ ଅନ୍ତପାଲି ଗ୍ରାମକୁ ଶୈକ୍ଷିକ ପରିଭ୍ରମଣରେ ଆସି ବିଭିନ୍ନ ପ୍ରଜାତିର ପକ୍ଷୀ ଦର୍ଶନ କରିଥିଲେ।ଇମ୍ପେରିଆଲ୍ କଲେଜର ଅଧ୍ୟକ୍ଷ ଦୁର୍ଗେଶ ଶତପଥୀ ଓ ଚେୟାରମ୍ୟାନ ଦୀପକ ଗୋୟଲଙ୍କ ନିର୍ଦ୍ଦେଶାନୁକ୍ରମେ ଅଧ୍ୟାପିକା ଲିପିନା ସାହୁ ଏବଂ ସୁପ୍ରଭା ପଧାନଙ୍କ ନେତୃତ୍ୱରେ କଲେଜରେ ଅଧ୍ୟୟନରତ ୨୧ ଜଣ ଶିକ୍ଷାର୍ଥୀ ପକ୍ଷୀମାନଙ୍କ ସମାଗମ ସ୍ଥଳ ପରିଦର୍ଶନ କରିଥିଲେ।

ସ୍ଥାନୀୟ ପରିବେଶବିତ ସଞ୍ଜୟ ଖମାରୀ ସମସ୍ତଙ୍କୁ ସ୍ବାଗତ କରିବା ସହିତ ପରିବ୍ରାଜକ ପକ୍ଷୀମାନଙ୍କ ପ୍ରଜାତି, ଆବାସସ୍ଥଳୀ, ରହଣି ସମୟ, ଖାଦ୍ୟ ସଂଗ୍ରହ ଓ ବସା ନିର୍ମାଣଶୈଳୀ ତଥା ସେମାନଙ୍କ ସୁରକ୍ଷା ସମ୍ବନ୍ଧୀୟ ଅନେକ ତଥ୍ଯ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପରିବେଶକର୍ମୀ ଗଣେଶ ମହାକୁଡ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସକ୍ରିୟ ସହଯୋଗ କରିଥିଲେ। ପରିଦର୍ଶନ ସମୟରେ ପକ୍ଷୀମାନଙ୍କ ଗତିବିଧି ନିରୀକ୍ଷଣ କରିବା ପାଇଁ ସମସ୍ତେ ଏକ ୱାଚ ଟାୱାରର ଆବଶ୍ୟକତା ଅନୁଭବ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!