ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) :କ୍ଷେତ୍ରାଧିପତି ଆଧ୍ୟାତ୍ମିକ ଟ୍ରଷ୍ଟ ତରଫରୁ ବିଶ୍ୱ ବୈଦିକ ଦିବସ ଗୋପବନ୍ଧୁ ଜୟନ୍ତୀ, ଶାରଦୀୟ ପୂଜା ଉପଲକ୍ଷେ ଗାନ୍ଧିଘାଟ ଠାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅନୁଷ୍ଠାନ ର ସଭାପତି ଅଧ୍ୟକ୍ଷତl କରିକହିଲେ,ବେଦହିଁ ବିଶ୍ୱର ସଂସ୍କୃତି l ଭାରତର ପୁରାଣ ଶାସ୍ତ୍ର ବିଶ୍ୱକୁ ଭାଇଚାରାରେ ଏକତ୍ରିତ କରିଛି l ଗୋପବନ୍ଧୁ ଙ୍କ ନିସ୍ଵାର୍ଥପର ସେବା ହିଁ ଏହାର ଜ୍ୱଳନ୍ତ ନିଦର୍ଶନ l ସମ୍ପାଦକ ଦୟାନିଧି ପଣ୍ଡା ବେଦାନ୍ତ ଦର୍ଶନର ବ୍ୟାଖ୍ୟା ସହ ପ୍ରାଚ୍ୟ ଓ ପlଶ୍ଚାତ୍ୟ ସଂସ୍କୃତିକୁ ବେଦ ଓ ହିନ୍ଦୁ ଦର୍ଶନର ଅବଦାନ ତଥା ଯୁଦ୍ଧ ଶାନ୍ତିର ମାର୍ଗ ନୁହେଁ ବୋଲି ଆଲୋକପlତ କରିଥିଲେ l ସେକ ନଇଁମ, ନଏଦୁଲଫତା,ଭଗବାନ ଶ୍ରୀକୃଷ୍ଣ, ଶ୍ରୀମଦ ଭଗବତ ଗୀତlର ବାଣୀ ଓ ମହମଦ ଏହି ଭଗବାନଙ୍କ ସତl କୁ ଉପଲବ୍ଧି କରିଥିଲେ ବୋଲି ମତ ବ୍ୟକ୍ତ କରିଥିଲେ l ଯୁଦ୍ଧ ଦୂର ପାଇଁ ଆହ୍ୱାନ ଦେଇଥିଲେ lଏହି ଆଲୋଚନା ଚକ୍ରରେ ଅଶୋକ କୁମାର ଅlଢିୟ, ସୂର୍ଯ୍ୟ ନାରାୟଣ ପଣ୍ଡା ପତିତପାବନ ସାମନ୍ତରାୟ, ସୁନିତା ସାହୁ ପତିତପାବନ ସାମନ୍ତ ରlୟ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ l ପୂର୍ଣଚନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ