ପରିବେଶପ୍ରେମୀ ସୁବ୍ରତ ବିଶ୍ବାଳ ବିଜୁ ପଟ୍ଟନାୟକ ପୁରସ୍କାରରେ ପୁରସ୍କୃତ

ମୟୁରଭଞ୍ଜ (ରିପୋର୍ଟ – ଜିତେନ୍ଦ୍ର ରାଜ଼):କରଞ୍ଜିଆ ସହରର ଜଣାଶୁଣା ପରିବେଶପ୍ରେମୀ ତଥା ସାମାଜିକ କର୍ମୀ ମାଷ୍ଟରଟ୍ରେନର ସୁବ୍ରତ ବିଶ୍ୱାଳଙ୍କୁ ଚଳିତ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ଅବସରରେ ବାରିପଦା ବନଖଣ୍ଡ ପକ୍ଷରୁ ସମ୍ମାନଜନକ ବିଜୁ ପଟ୍ଟନାୟକ ଜୀବଜନ୍ତୁ ସଂରକ୍ଷଣ ପୂରସ୍କାର ପ୍ରଦାନ କରାଯାଇଛି। ବାରିପଦା ବନଖଣ୍ଡ କାର୍ଯ୍ୟଳୟ ପରିସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଇଂ. ଗଣେଶ ରାମସିଂ ଖୁଣ୍ଟିଆ ଯୋଗଦେଇ ଏହି ପୂରସ୍କାର ପ୍ରଦାନ କରିଛନ୍ତି।

ଉତ୍ସବରେ ସ୍ଥାନୀୟ ବିଧାୟକ,ବନଖଣ୍ଡ ଅଧିକା କାରୀ, ଉପ ନିର୍ଦ୍ଦେଶକ ସାଇ କିରଣ, ସମ୍ରାଟ ଗୌଡ଼ା, କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ, ରବିନାରାୟଣ ମହାନ୍ତି, ପ୍ରଦୀପ ଦେ ପ୍ରମୁଖ ବନ ବିଭାଗର ଉଚ୍ଚ ପଦାଧିକାରୀଙ୍କ ଉପସ୍ଥିତିରେ ଏହି ପୂରସ୍କାର ବିଶ୍ୱାଳଙ୍କୁ ପ୍ରଦାନ କରାଯାଇଛି। ପରିବେଶପ୍ରେମୀ ବିଶ୍ୱାଳ ଦୀର୍ଘ ୨୦ବର୍ଷ ଧରି ବନ ବିଭାଗ ପାଇଁ ବନ୍ୟଜନ୍ତୁ ସରଂକ୍ଷଣ, ଗଜ ସାଥ୍‌, ସ୍ବୟଂ ସହାୟକ ଗୋଷ୍ଠୀ, ବନ ସୁରକ୍ଷା ସମିତିକୁ ଜୀବନ ଜୀବିକା, ବନାମ୍ନୀ ପ୍ରତିକାର, ବନ ସୁରକ୍ଷା ଉପରେ ତାଲିମ ପ୍ରଦାନ କରି ଆସୁଛନ୍ତି। ଏହା ବ୍ୟତୀତ ୧୫ରୁ ଉର୍ଦ୍ଧ ଜଙ୍ଗଲ ପରିବେଶ, ଜୀବନନ୍ତୁ ସୁରକ୍ଷା, ଉପରେ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ବନବିଭାଗର ସଚେତନତା କାର୍ଯ୍ୟକ୍ରମ ଉପରେ ସହଯୋଗ କରିଛନ୍ତି। ପୂରସ୍କାର ପାଇବା ପରେ ତାଙ୍କୁ ବିଭିନ୍ନ ମହଲରେ ଅଭିନନ୍ଦନ ଜ୍ଞାପନ କରାଯାଇଛି।ମୟୁରଭଞ୍ଜ କରଞ୍ଜିଆ ରୁ ଜିତେନ୍ଦ୍ର ରାଜ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!