ମାଁ ମାହେଶ୍ୱରୀ ଦେବୀଙ୍କ ସ୍ନାନଯାତ୍ରା ଅନୁଷ୍ଠିତ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ): ଚାରିଆଡ଼େ ଚାଲିଛି ଶକ୍ତି ଆରାଧନା । ଧୂପ,ଦୀପ କର୍ପୁର ,ଭାସ୍କର ,ନୈବେଦ୍ୟ ଆଦିର ସୁଗନ୍ଧରେ ଉଛୁଳି ପଡୁଛି ପରିବେଶ।ଚାଲିଛି ଦେବୀ ଦୁର୍ଗାଙ୍କ ଆରାଧନା।ତାରି ଭିତରେ ଜିଲ୍ଲାର ଦେବୀ ଦୁର୍ଗାଙ୍କ ଭିନ୍ନ ଏକ ରୂପ ମା ମାହେଶ୍ୱରୀଙ୍କ ଷୋଡଶ ଉପଚାର ପୂଜା ଆରାଧନା ବି ଚାଲିଛି।ଏହି କ୍ରମରେ ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଲେହେଡି ଗ୍ରାମର ଅନନ୍ୟ ଶକ୍ତିପୀଠ ମାଁ ମାହେଶ୍ବରୀଙ୍କର ଷୋଳପୁଜାର ଆୟୋଜନ କରାଯାଇଛି।ତେବେ ଆଶ୍ବିନ ମାସରେ ମୁଳାଷ୍ଠମୀଠାରୁ ମାଁଙ୍କ ଶଡୋଷ ଉପଚାରରେ ପୁଜା ହୋଇଆସୁଥିବା ବେଳେ ଆଜି ମାଁଙ୍କ ସ୍ନାନ ଯାତ୍ରା ଆୟୋଜିତ ହୋଇ ଯାଇଛି ।

ପୁଅ ଜୁଇନ୍ତିଆରୁ ଆରମ୍ଭ କରି ଭାଇ ଜୁଇନ୍ତିଆ ଯାଏଁ ମା ମାହେଶ୍ୱରୀଙ୍କ ଷୋଡଶ ଉପଚାର ପୂଜା ଆରାଧନା କରାଯାଏ।ତେବେ ଶୁକ୍ଳ ଅଷ୍ଟମୀ ତିଥିରେ ଦେବୀଙ୍କ ଛତ୍ର ଓ ଆଲଟ ଏକ ଶୋଭାଯାତ୍ରାରେ ମହାନଦୀକୁ ସ୍ନାନ ଯାତ୍ରାରେ ଯାଇଥାନ୍ତି।ଏହି ଶୋଭାଯାତ୍ରାରେ ପଶ୍ଚିମ ଓଡିଶାର ଲୋକବାଦ୍ୟ ,ଲୋକ ସଙ୍ଗୀତ ତଥା ସାମରିକ କଳାରେ ଭରପୁର ବାଡ଼ି ଖେଳ ବି ଦେଖିବାକୁ ମିଳିଥାଏ।ତେବେ ଆଜି ମା ମାହେଶ୍ବରୀଙ୍କ ପାଖରେ ନବାନ୍ନ ସମର୍ପଣ କରିବାର ପରମ୍ପରା ବି ଚାଲି ଆସିଛି ।ଦେବୀଙ୍କ ସ୍ନାନ ଯାତ୍ରା ପରେ ଷୋଡଶ ଉପଚାର ପୂଜାବିଧିର ପୂର୍ଣାହୁତି ହେଉଥିବା ବେଳେ ଭଉଣୀ ମାନେ ଦେବୀ ଦୁର୍ଗାଙ୍କ ପାଖରେ ଭାଇ ଜୁଇନ୍ତିଆ ପର୍ବ ପାଳନ କରିବାର ବିଧି ରହିଛି।ଭଉଣୀ ମାନେ କାୟ ମନୋବାକ୍ୟରେ ନିର୍ଜଳା ଉପବାସ କରି ଭାଇ ମାନଙ୍କ ମଙ୍ଗଳ ପାଇଁ ଏହି ଓଷା କରିଥାନ୍ତି।ତେବେ ଆଜି ଜିଲ୍ଲାର ଅନ୍ୟତମ ଲେହେଡିର ମା ମାହେଶ୍ୱରୀ ପୀଠରେ ରୀତିନୀତି ଅନୁଯାୟୀ ସ୍ନାନ ପର୍ବ ପାଳନ କରାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!