ଜନ କଲ୍ୟାଣ ସେବା ଟ୍ରଷ୍ଟର ୧୯ ତମ ପ୍ରତିଷ୍ଠାତା ଦିବସ ପାଇଁ ମା ସମଲେଶ୍ବରୀଙ୍କୁ ନିମନ୍ତ୍ରଣ

ବରଗଡ଼ :ବରଗଡର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ୧୯ ତମ ପ୍ରତିଷ୍ଠାତା ଦିବସ ଓ ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ପାଇଁ ଆଜି ବରଗଡ଼ ସ୍ଥିତ ତଲିପଡା ସମଲେଶ୍ଵରୀ ମନ୍ଦିର ଠାରେ ଅନୁଷ୍ଠାନ ତରଫରୁ ପୂଜାର୍ଚ୍ଚନା କରି ମାଁ ଙ୍କୁ ନିମନ୍ତ୍ରଣ ପତ୍ର ଦେଇ ଆଗମନ କରାଯାଇଛି,ଏହି ଅବସରରେ ଅନୁଷ୍ଠାନ ର ମୁଖ୍ୟ ଶ୍ରୀ ମୁକୁନ୍ଦ ଦାଶ, ଉପଦେଷ୍ଟା ଶ୍ରୀ ଶିବାନନ୍ଦ ମଟାରୀ, ଚନ୍ଦ୍ରକାନ୍ତ ସାହୁ, ଆଜୀବନ ସଦସ୍ୟ ଶ୍ରୀ ବୃନ୍ଦାବନ ବେହେରା ମାଁ ଙ୍କ ଠାରେ ଦୀପ ଗୁଆ, ପୁଷ୍ପ,ଧୁପକାଠି ଦେଇ ମା ଙ୍କ ବରଣ କରିଥିଲେ, ପ୍ରକାଶ ଥାଉକି ଜନ କଲ୍ୟାଣ ସେବା ଟ୍ରଷ୍ଟ ପ୍ରତିଷ୍ଠା ଦିବସ ଚଲିଚ ମାସ ନଭେମ୍ବର ୫ ତାରିଖ ଦିନ ସମୟ ୧୦ ଟାରେ ବରଗଡ଼ ସ୍ଥିତ ଟାଉନ ହଲ୍ ଠାରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ର ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ଼ଃ ଅଜିତ କୁମାର ନାଥ ସୂଚନା ପ୍ରଦାନ କରିଛନ୍ତି,ଏହି କାର୍ଯ୍ୟକ୍ରମ ରେ ବରଗଡ଼ ବାସି ତଥା ବୁଦ୍ଧିଜୀବୀ ଓ ସୁଭେଛୁ ଓ ବନ୍ଧୁବାନ୍ଧବ ଙ୍କ କାର୍ଯ୍ୟକ୍ରମ ରେ ସାମିଲ ହେବା ପାଇଁ ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀ ମୁକୁନ୍ଦ ଦାଶ ସୂଚନା ପ୍ରଦାନ କରିଛନ୍ତି,

Leave a Reply

Your email address will not be published. Required fields are marked *

error: Content is protected !!