ରାମ ମନ୍ଦିର ପରିଦର୍ଶନ କରି ଇସ୍ରାଏଲ ରାଷ୍ଟ୍ରଦୂତ ରୁଭେନ ଆଜର ଅଭିଭୂତ

ନୂଆଦିଲ୍ଲୀ : ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ରୁଭେନ ଆଜର ତାଙ୍କ ପତ୍ନୀଙ୍କ ସହ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଥିବା ଶ୍ରୀ ରାମ ଜନ୍ମଭୂମି ମନ୍ଦିର ପରିଦର୍ଶନ କରିଥିଲେ। ଏହି ସମୟରେ ସେ ଭକ୍ତ ଏବଂ ସେଠାରେ କାର୍ଯ୍ଯ କରୁଥିବା କର୍ମଚାରୀଙ୍କ ସହ ଭାବ ବିନିମୟ କରିଥିଲେ। ସେ କହିଥିଲେ ଯେ ଇସ୍ରାଏଲ ସର୍ବଦା ଭାରତର ସଂସ୍କୃତିକୁ ସମ୍ମାନ କରିଆସିଛି। ଏହାଦ୍ୱାରା ଲୋକମାନେ ପରସ୍ପର ସହ ଯୋଡ଼ିହୋଇ ରହିଥାନ୍ତି। ଏହା ଏକ ବଡ଼ ମାଧ୍ଯମ।

ଶ୍ରୀ ରାମ ଜନ୍ମଭୂମି ମନ୍ଦିର ପରିଦର୍ଶନ କରିବା ପରେ ଇସ୍ରାଏଲର ରାଷ୍ଟ୍ରଦୂତ ରୁଭେନ ଆଜର କହିଛନ୍ତି, “ଏହି ସ୍ଥାନ ଅତ୍ଯନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା କେବଳ ଏକ କଳ୍ପନା ନୁହେଁ, ଅତୀତରେ ଏଭଳି ଘଟଣା ଏଠାରେ ଘଟିଛି ଏବଂ ଲୋକମାନେ ଦିନକୁ ଦିନ, ବର୍ଷକୁ ବର୍ଷ ଏହାକୁ ମନେ ରଖିଛନ୍ତି। ସେମାନେ ଏହି ସମସ୍ତ ମୂଲ୍ଯବୋଧକୁ ମନେ ରଖିଛନ୍ତି ଏବଂ ଏହା ହେଉଛି ଏହି ଦେଶର ଐତିହ୍ଯ ଏବଂ ପରିଚୟର ଗୁରୁତ୍ୱ। ଇସ୍ରାଏଲର ରାଷ୍ଟ୍ରଦୂତ ଭାବରେ, ପରିଚୟ ଏବଂ ଲୋକଙ୍କୁ ବୁଝିବା ମୋ ପାଇଁ ଅତ୍ଯନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସେଥିପାଇଁ ମୁଁ ମୋ ପତ୍ନୀଙ୍କ ସହ ଏଠାକୁ ଆସିଛି। ଆମେ ଭାରତର ସଂସ୍କୃତିକୁ ଗଭୀର ଭାବେ ଜାଣୁଛୁ।

ଏଠାରେ ଉପସ୍ଥିତ ରହିବା ମୋ ପାଇଁ ସମ୍ମାନର ବିଷୟ ବୋଲି ରୁଭେନ୍ ଆଜାର୍ କହିଛନ୍ତି। ପ୍ରତିଦିନ ଏତେ ସଂଖ୍ୟାରେ ଏଠାକୁ ଆସୁଥିବା ଭକ୍ତମାନଙ୍କୁ ଦେଖି ମୁଁ ଅଭିଭୂତ। ଇସ୍ରାଏଲ ଏବଂ ଭାରତ ମଧ୍ୟରେ ସମ୍ପର୍କ ପ୍ରାଚୀନ କାଳରୁ ରହିଛି। ଭାରତର ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରା ପ୍ରାଚୀନ। ଯେପରି ଆମେ ଆମର ଐତିହ୍ୟ ପାଇଁ ଗର୍ବିତ, ସେହିପରି ଆପଣମାନେ ମଧ୍ୟ ନିଜ ଐତିହ୍ୟ ପାଇଁ ଗର୍ବିତ।

Leave a Reply

Your email address will not be published. Required fields are marked *

error: Content is protected !!