ପବିତ୍ର କାର୍ତ୍ତିକ ମାସରେ ଭିଡ ନିୟତ୍ରଣ ପାଇଁ ଦୁଇଟି ଦ୍ୱାର ଦେଇ ଶ୍ରୀମନ୍ଦିର ପ୍ରବେଶ

ପୁରୀ : ପବିତ୍ର କାର୍ତ୍ତିକ ମାସରେ ଭକ୍ତମାନଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ଶ୍ରୀମନ୍ଦିରରେ ପ୍ରବେଶ ଏବଂ ପ୍ରସ୍ଥାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି।

ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ଯେ ଅକ୍ଟୋବର ୧୮ ରୁ କେବଳ ସିଂହଦ୍ୱାର ଏବଂ ପଶ୍ଚିମ ଦ୍ୱାର କିମ୍ବା ବ୍ୟାଘ୍ରଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ। ସିଂହ ଦ୍ୱାର ଦେଇ ବାହାରକୁ ଯିବାକୁ ଅନୁମତି ଦିଆଯିବ ନାହିଁ। ଅନ୍ଯ ତିନୋଟି ଫାଟକ ମଧ୍ଯରୁ ଯେକୌଣସି ଗୋଟିଏକୁ ଭକ୍ତମାନେ ମନ୍ଦିର ବାହାରକୁ ବାହାରିବା ପାଇଁ ବ୍ଯବହାର କରିପାରିବେ। ତେବେ, ଏହି କଟକଣା ମନ୍ଦିରର ସେବକ ଏବଂ ସେମାନଙ୍କ ପରିବାର ସଦସ୍ଯଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ।

ଶ୍ରୀମନ୍ଦିର ପ୍ରଶାସନର ମୁଖ୍ଯ ପ୍ରଶାସକ ଅରବିନ୍ଦ ପାଢୀ ଭକ୍ତମାନଙ୍କୁ ସୁଗମ ଦର୍ଶନ ଏବଂ ରୀତିନୀତିର ସମଯ଼ୋଚିତ ପାଳନ ସୁନିଶ୍ଚିତ କରିବା ପାଇଁ ପ୍ରବେଶ ଏବଂ ପ୍ରସ୍ଥାନ ନିୟମ ପାଳନ କରିବାକୁ ଅନୁରୋଧ କରିଥିଲେ।

ସହରର ବିଭିନ୍ନ ସ୍ଥାନରେ ଅପ୍ଟିକାଲ୍ ଫାଇବର ସିଷ୍ଟମ୍ ଏବଂ ୬୨୦ ସିସିଟିଭି କ୍ୟାମେରା ସହିତ ଏକ ପୋର୍ଟେବଲ୍ ନେଟୱାର୍କ ସ୍ଥାପନ କରାଯିବ। ଏକ କମାଣ୍ଡ ଏବଂ କଣ୍ଟ୍ରୋଲ ରୁମରୁ କ୍ୟାମେରା ଉପରେ ନଜର ରଖାଯିବ। ସହରରେ ଲାଗିଥିବା ପ୍ରାୟ ସମସ୍ତ ସି.ସି.ଟି.ଭି. କ୍ୟାମେରା ବାତ୍ୟା ପବନରେ ନଷ୍ଟ ହୋଇଯାଇଥିଲା। ସହରକୁ ସିସିଟିଭି ନଜରରେ ରଖିବା ପାଇଁ ଅତ୍ୟାଧୁନିକ ସିସିଟିଭି କ୍ୟାମେରା ଲଗାଇବା ପାଇଁ ପ୍ରଶାସନ ରାଜ୍ଯ ସରକାରଙ୍କୁ ଏକ ପ୍ରସ୍ତାବ ପଠାଇଛି। ଅଠରନଳା , ମଙ୍ଗଳାଘାଟ ଏବଂ ବାଲିଘାଟ ସମେତ ସହରର ସମସ୍ତ ପ୍ରବେଶ ପଥ ଉଚ୍ଚ ରିଜୋଲ୍ୟୁସନ ବିଶିଷ୍ଟ ସିସିଟିଭି କ୍ୟାମେରାର ତତ୍ତ୍ୱାବଧାନରେ ରହିବ। ଏହା ବ୍ୟତୀତ ବଦଦଣ୍ଡା, ଗୁଣ୍ଡିଚା ମନ୍ଦିର, ଶ୍ରୀମନ୍ଦିର, ସମୁଦ୍ରକୂଳ ଅଞ୍ଚଳ ଏବଂ ସହରର ପ୍ରାୟ ସମସ୍ତ ଲେନ ଉପରେ ନଜର ରଖାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!