ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ) : ଚାଷୀ ଚାଷୀଙ୍କ ମାନଦଣ୍ଡକୁ ସୁଦୃଢ କରିବାକୁ ଚାଷୀଙ୍କ ଜମିକୁ ପାଣି ଯୋଗାଇବାକୁ ରାଜ୍ୟ ସରକାର ଉଠା ଜଳ ସେଚନ ପ୍ରକଳ୍ପ ମାଧ୍ୟମ ରେ ପ୍ରତି ଜିଲ୍ଲା ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଚାଷୀ ଙ୍କ ଧାନ କିଆରୀ କୁ ପାଣି ର ଜରୁରୀ ସମୟରେ ଏହି ପ୍ରକଳ୍ପ ଗୁଡ଼ିକ କାମରେ ଆସୁ ନ ଥିବା ଦେଖିବାକୁ ମିଳିଛି l ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ ଏହାର ଉଦାହରଣ l ବ୍ଲକ ର ବିଶିମୁଣ୍ଡା, ମଲ୍ଲିକମୁଣ୍ଡା ଓ ହରଡଖୋଲ ପଂଚାୟତ ର ଶହ ଶହ ଚାଷୀ ଏହି ପ୍ରକଳ୍ପ ର ପାଣି ଉପରେ ନିର୍ଭର କରୁଥିବା ବେଳେ ବିଭାଗ କୁ ଚାଷୀ ଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହା ର ସମାଧାନ ଦିଗରେ ପ୍ରଶାସନ ଧ୍ୟାନ ଦେଉ ନ ଥିବା ଜଣା ପଡିଛି l
ପ୍ରବଳ ଖରା ଓ ବର୍ଷା ଅଭାବ ରୁ ଏବେ ଚାରି ଆଡେ଼ ଚାଷ ଜମି ଫାଟି ପଡୁ ଥିବା ବେଳେ ଏ ଅଞ୍ଚଳ ତଥା ସମଗ୍ର ଜିଲ୍ଲା ର ଧାନ ଓ କପା ଚାଷୀ କ୍ଷତି ଗ୍ରସ୍ତ ହୋଇଥିବା ଦେଖିବlକୁ ମିଳିଛି l ବାବୁଲୁ, ଚମରୁ, ଲୁକୁ, ଲଖିନ୍ଦ୍ର, ରଞ୍ଜନ, ଡାକ୍ତର, ଅନିରୁଦ୍ଧ ପ୍ରମୁଖ ଆଜି ଏ ଅଞ୍ଚଳ ର ବହୁ ଚାଷୀ ଉଠା ଜଳସେଚନ ଜିଲ୍ଲା ମୁଖ୍ୟ ପ୍ରକଳ୍ପ କାର୍ଯ୍ଯ ନିର୍ବାହୀ ଯନ୍ତ୍ରୀ ଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣା ଯାଇଛି l ଏ ପ୍ରକଳ୍ପ ଅଧୀନ ରେ କାର୍ଯ୍ୟରତ ବିଭାଗୀୟ ଯନ୍ତ୍ରୀ ଙ୍କୁ ଫୋନ ଯୋଗାଯୋଗ କରିବାରୁ ଫୋନ୍ ଗ୍ରହଣ କରୁ ନ ଥିବା ପ୍ରକାଶ l ଆସନ୍ତା କାଲି ଏ ଅଞ୍ଚଳ ର ସାମୂହିକ ଚାଷୀ ମୁଖ୍ୟ ରାଜ ରାସ୍ତା କୁ ଅବରୋଧ କରିବାକୁ ସଜ ବାଜ ହେଉଥିବା ଖବର ମିଳିଛି l