ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା କଂସଙ୍କ କାରନାମା , ତଦନ୍ତ ଆରମ୍ଭ

ବରଗଡ : ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ରେ କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ହୃଷିକେଶ ଭୋଇଙ୍କ ନାଁ ରେ ସାଙ୍ଘାତିକ ଅଭିଯୋଗ। ହୃଷିକେଶ ମହାପ୍ରୟାଣ ଗାଦିରେ (ଶବବାହକ ) ଡ୍ରାଇଭର ଭାବରେ କାର୍ଯ୍ୟରତ। ଅଭିଯୋଗ ଅନୁଯାୟୀ ସେ ବରଗଡ ଜିଲ୍ଲା ବଡସାହାଜ ବାହାଲ ଗ୍ରାମକୁ ଶବ ଛାଡିବାକୁ ମହାପ୍ରୟାଣ ଗାଡି ଚଳାଇ ଯାଇଥିଲେ। ଶବ ଛାଡିବା ପରେ ପରିବାର ଠାରୁ ୩୦୦୦ ଟଙ୍କା ଦାବି କରିଥିଲେ। ଟଙ୍କା ନ ମିଳିବା ପର୍ଯ୍ୟନ୍ତ ସ୍ଥାନ ଓ ପରିବାର ଲୋକଙ୍କୁ ଛାଡି ନ ଥିଲେ ଫଳରେ ଏକ ଅଭାବନୀୟ ପରିସ୍ଥିତି ଉପୁଜିଥିଲା।

ମହାପ୍ରୟାଣ ଗାଡି ଯୋଜନାରେ ରାଜ୍ୟ ସରକାର ଜନସାଧାରଣଙ୍କ ସୁବିଧା ପାଇଁ ୨୪ଘଣ୍ଟିଆ ଗାଡି ଓ ୪ ରୁ ୫ ଡ୍ରାଇଭର ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯୋଗାଉଛନ୍ତି। ଶବକୁ ବିନମୁଲ୍ୟରେ ଘରେ ପହଞ୍ଚାଇବା ପାଇଁ ଯୋଜନା ପିଛା ସରକାର କୋଟି, କୋଟି ଟଙ୍କା ବିନିଯୋଗ କରୁଛନ୍ତି। ହୃଷିକେଶଙ୍କ ଭଳି କିଛି ଲୋକଙ୍କ ପାଇଁ ସାଧାରଣ ଜନତାଙ୍କୁ ସରକାରୀ ଯୋଜନାର ସୁଫଳ ମିଳିପାରୁନାହିଁ।

ଖବରରୁ ପ୍ରକାଶ ଯେ ଘଟଣା ଉପରେ ବରଗଡ CDMO ଶ୍ରୀ ନିରୁପମ ଷଢଙ୍ଗୀ ତଦନ୍ତ ଆରମ୍ଭ କରିଛନ୍ତି। କଂସ ମହାରାଜ଼ଙ୍କ ଘୃଣ୍ୟ କାମ ପାଇଁ ସାଧାରଣରେ ତାଙ୍କୁ ନିନ୍ଦା କରାଯାଉଛି।

Leave a Reply

Your email address will not be published. Required fields are marked *

error: Content is protected !!