ପରବର୍ତ୍ତୀ ଟାର୍ଗେଟ ରାହୁଲ ଗାନ୍ଧୀ ପୋଷ୍ଟ କରି ଫସିଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି

ଭୁବନେଶ୍ୱର : ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ଙ୍କୁ ନେଇ ହଇଚଇ।ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଏକ ବୟାନ ରଖି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଫଟୋ ସହ ପୋଷ୍ଟ କରିଛନ୍ତି ବୁଦ୍ଧାଦିତ୍ୟ।ଯେଉଁ ପୋଷ୍ଟକୁ ନେଇ ଛାତ୍ର କଂଗ୍ରେସ କଡା ପ୍ରତିକ୍ରିୟା ଦେବା ସହିତ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛି।

ଛାତ୍ର କଂଗ୍ରେସ କହିଛି ଯେ ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଆମେ ଗ୍ରହଣ କରିବୁ ନାହିଁ । ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ କହିଛନ୍ତି, ଯଦିଓ ବୁଦ୍ଧାଦିତ୍ୟ ପୋଷ୍ଟ ଡିଲିଟ କରିଛନ୍ତି କିନ୍ତୁ ଆମେ ଚାହୁଁଛୁ ସେ ଯେଉଁଭଳି ଭୁଲ୍ ପୋଷ୍ଟ କରିଥିଲେ ସେଭଳି ସୋସିଆଲ ମିଡିଆରେ କ୍ଷମା ମାଗନ୍ତୁ l ନଚେତ ଭବିଷ୍ୟତରେ ତାଙ୍କୁ ବାଟ ଚଲାଇ ଦେବନାହିଁଛାତ୍ର କଂଗ୍ରେସ । କାଳି ମାଡ଼ କରିବ ବୋଲି ଚେତାବନୀ ଦେଇଛି ଛାତ୍ର କଂଗ୍ରେସ ଚେତାବନୀ।ଦେଇଛି ।

ସେପଟେ ବୁଦ୍ଧାଦିତ୍ୟ ପ୍ରତିକ୍ରିୟା ରଖି କହିଛନ୍ତି, କଂଗ୍ରେସକୁ ଆକ୍ଷେପ କରିବା ମୋର କୌଣସି ଉଦ୍ଦେଶ୍ୟ ନୁହେଁ । ମୋ ପୋଷ୍ଟକୁ ଭୁଲ ଅର୍ଥରେ ନେଇଛନ୍ତି କଂଗ୍ରେସ କର୍ମୀ ।

Leave a Reply

Your email address will not be published. Required fields are marked *

Powered by Joinchat