ଦେଶୀ ମଦ ସହିତ ଯୁବକ ଗିରଫ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ) : ଦେଶୀ ମଦ ସହିତ ଯୁବକ ଗିରଫ ହୋଇ ଥିବା ଖବର ମିଳିଛି ମିଳି ଥିବା ଖବର ଅନୁଯାଇ ଶ୍ରୀସେତୁ ଅଞ୍ଚଳରୁ ଆଜି ସକାଳୁ ୪୦୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ବଳଙ୍ଗା ଥାନା ଅଧୀନ ମିର୍ଜାପୁର ଛକରେ ବ୍ୟାପକ ପରିମାଣରେ ମଦ ଜବତ କରାଯାଇଛି। ମଦ କାରବାର ଘଟଣାରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ଚିନ୍ମୟ ଜେନା (୨୪)। ତେବେ ବଳଙ୍ଗା ଥାନା ଅଧିକାରୀ ନିର୍ଦ୍ଦେଶ କ୍ରମେ ଏଏସ୍ଆଇ ରତ୍ନାକର ବେହେରାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ମିର୍ଜାପୁର ଛକଠାରେ ଆଜି ପୂର୍ବାହ୍‌ଣ ୯ଟାରେ ବିଭିନ୍ନ ଗାଡ଼ିର ଏମଭି ଯାଞ୍ଚ କରୁଥିଲେ। ଏହି ସମୟରେ କେତକିପାଟଣାବଜାର ପଟୁ ଏକ ଧଳାରଙ୍ଗର କାର (ଓଡି ୦୨ ଏକ୍ସ ୮୮୭୨) ଦ୍ରୁତଗତିରେ ପହଞ୍ଚି ଥିଲା। ପୁଲିସ ଗାଡ଼ି ଅଟକାଇ ଗାଡ଼ିର ନମ୍ୱର, ଡିଏଲ ଯାଞ୍ଚ୍ କରୁଥିବାବେଳେ ସନ୍ଦେହ ହେବାରୁ କାରର ପଛପଟେ ଦେଖିଲା ବେଳକୁ ଦେଶୀ ମଦ ୪୦ ପେଟି ଠାବ କରିଥିଲା। ଗାଡ଼ି ସହ ଉକ୍ତ ଯୁବକକୁ ଗିରଫ କରି ଥାନାକୁ ଆଣିଥିଲା। ଅଭିଯୁକ୍ତ ଜଣଙ୍କ ସତ୍ୟବାଦୀ ଥାନା ସୁଆଲ ଗ୍ରାମର ଚିନ୍ମୟ ଜେନା(ମିଥୁନ)। ତାଙ୍କ ଠାରୁ ୪୦ ପେଟିରେ ୨୦୦ ଲିଟର ମଦ, ୨୫୦୦ଟଙ୍କା ସହ କାର ଜବତ୍ ହୋଇଛି।

Leave a Reply

Your email address will not be published. Required fields are marked *

error: Content is protected !!