ବୃହତ୍ ଉଠା ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ଦାବିରେ ଚାଷୀ ଙ୍କ ରାସ୍ତା ଅବରୋଧ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ):ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ୍ ଅନ୍ତର୍ଗତ ଖମ୍ବେଶ୍ୱରୀପାଲି ଅଞ୍ଚଳର ଚାଷୀ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ରଶାସନିକ ଦୃଷ୍ଟି ଆକର୍ଷଣ କରିବା ସହିତ ଚାଷୀଙ୍କ ଦାବି ପୂରଣ ପାଇଁ ସୁବର୍ଣ୍ଣପୁର ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଚାଷୀ। ବର୍ଷା ଅଭାବ ଯୋଗୁଁ ଏବେ ପ୍ରଚଣ୍ଡ ଖରାରେ ଚାଷ ଜମି ଧୀରେ ଧୀରେ ମରୁଡ଼ିଗ୍ରସ୍ତ ହେବାରେ ଲାଗିଛି । ଏବେ ଚାଷ ଜମି ପାଣି ଆବଶ୍ୟକ କରୁଥିବା ବେଳେ ବୃହତ୍ ଉଠା ଜଳସେଚନ ବିଭାଗର ଅବହେଳା ଯୋଗୁଁ ସଦର ବ୍ଲକ ଛତା ପିପଲ ଗାଁରେ ତେଲନଦୀ କୂଳରେ ଥିବା ୫୪ କୋଟି ୭୦ ଲକ୍ଷ ର ପାର୍ବତୀ ଗିରି ମେଗା ଉଠା ଜଳ ସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉ ନ ଥିବା ଅଭିଯୋଗ ହୋଇଛି ।

ଫଳରେ ପାଣି ଅଭାବ ଯୋଗୁଁ ମଲ୍ଲିକ ମୁଣ୍ଡା ,ବିଶିମୁଣ୍ଡା , ହରଡ ଖୋଲ, ବଲାଡି, ଆଦି ଚାରି ଗୋଟି ପଂଚାୟତର ୫୦ ରୁ ଅଧିକ ମୌଜାର ହଜାର ହଜାର ହେକ୍ଟର ଚାଷ ଜମିରେ ମରୁଡ଼ିର ଆଶଙ୍କା ଦେଖା ଦେଇଛି । ଏବେ ଚାଷୀଙ୍କ ଭରସା ଇନ୍ଦ୍ରଦେଵ ଓ ଉଠା ଜଳ ସେଚନ ପ୍ରକଳ୍ପ କର୍ତ୍ତୃପକ୍ଷ ଉପରେ । ତେବେ ବାରମ୍ବାର ବିଭାଗୀୟ ଅଧିକାରୀ ବାବୁଙ୍କୁ ହାରି ଗୁହାରି କରିବା ପରେ ବି କୌଣସି ଫଳ ନ ମିଳିବାରୁ ଚାଷୀ ମାନେ ବାଧ୍ୟ ହୋଇ ଆଜି ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି । ସମ୍ବଲ୍ ପୁର ରେ ରହୁଥିବା ଏ ଜିଲ୍ଲା ର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିବା ସହିତ ତିନି ଦିନ ମଧ୍ୟରେ ପାଣି ଯୋଗାଇ ଦେବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇ ରାସ୍ତା ଅବରୋଧ ହଟାଇବାକୁ ଚାଷୀ ଙ୍କୁ ଗୁହାରି ଛନ୍ତି । ସାମୟିକ ଭାବେ ଆନ୍ଦୋଳନ ସ୍ଥଗିତ ରଖିଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ ଦାବି ପୂରଣ ନ କଲେ ପୁଣି ଆନ୍ଦୋଳନ ରଖିବେ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!