ହେପୀ ଫିଟ୍ ଫାଉଣ୍ଡେସନ ତରଫରୁ ସୋନପୁରରେ ପ୍ରୋ ମାରାଥନ ଅନୁଷ୍ଟିତ

ସୁବର୍ଣ୍ଣପୁର (ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ) :ସୁବର୍ଣ୍ଣପୁର ଜିଲ୍ଲାର ସଦର ମହକୁମା ଗାନ୍ଧୀ ଷ୍ଟାଡିୟମ୍ ରେ ସକାଳ ଛଅ ଘଂଟା ସମୟ ରେ ଜିଲ୍ଲାର ବିଭିନ୍ନ ସଂଗଠନ କୁ ନେଇ ଏକ ମିନି ମାରାଥନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି। ଜିଲ୍ଲାର ଆଗାମୀ ଦିନ ରେ ମାରାଥନ ପ୍ରତି ଲୋକଂକ ଆଗ୍ରହ ଓ ନୂତନ କ୍ରୀଡାବିତ୍ ଗଢି ତୋଳିବା ଲକ୍ଷ୍ୟ ନେଇ ହେପି ଫିଟ୍ ଫାଉଣ୍ଡେସନ ସମ୍ବଲପୁର ତରଫରୁ ଏ କାର୍ଯକ୍ରମ ଆୟୋଜନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଇନଫିନିଟି,ମହାନଦୀ ଧାରା, ଦିବ୍ୟ ଉର୍ଯ୍ଯା ଯୋଗ ସମିତି ଓ ଅନ୍ୟାନ୍ୟ ସାମାଜିକ ସଂଗଠନ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇ ଏହା କୁ ସଫଳ କରିଥିଲେ।

ଗାନ୍ଧୀ ଷ୍ଟାଡିୟମ୍ରୁ ବାହାରି ଉକ୍ତ ମାରାଥନ ରେ ସହର ସାରା ୫ କିମି ଯାଏ ପ୍ରତିଯୋଗୀ ମାନେ ଦୌଡ଼ି ଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ହେପି ଫିଟ୍ ଫାଉଣ୍ଡେସନ ମେନେଜିଙ୍ଗି ଡାଇରେକ୍ଟର ଆର୍ତ୍ତତ୍ରାଣ ପାଢ଼ୀ, ରଞ୍ଜିତ ମିଶ୍ର, ଗୋପବନ୍ଧୁ ନାଏକ, ଯୋଗ ପ୍ରଶିକ୍ଷକ ମନୋଜ ପଣ୍ଡା, ଇନ ଫିନିଟି ର ସଂଯୋଜକ କଲିମ୍ ମହମ୍ମଦ ପ୍ରମୁଖ ବହୂ କ୍ରୀଡ଼ା ସଂଗଠକ ଉପସ୍ଥିତ ଥିଲେ l ଆଗାମୀ ୨୦୨୫ ଜାନୁଆରୀ ୫ ରେ ସମ୍ବଲପୁର ଠାରେ ଏହି ଅନୁଷ୍ଠାନ ପକ୍ଷରୁ ତିନି ଲକ୍ଷ ବଜେଟ୍ ର ଏକ ମେଗା ମାରାଥନ କାର୍ଯକ୍ରମର ଅୟୋଜନ କରାଯିବ ବୋଲି ଅନୁଷ୍ଠାନ ହେଡ଼ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *

error: Content is protected !!