ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଂଚାୟତ ର ଅଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ରେଆର ସୋନପୁର ତରଫରୁ ବେସିକ ନିଡ଼ ଇଣ୍ଡିଆ ସହାୟତାରେ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ପୁନଃ ଏକିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି!
ଏଥିରେ ଅତିଥି ଭାବରେ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ବିଭାଗ ର ଶିବ କର୍ମୀ, ବେସିକ ନିଡ଼ ଇଣ୍ଡିଆର ରାଜ୍ୟ ସଂଯୋଯକ ରାଜୀବ କର୍ମୀ,ସ୍ଥାନୀୟ ଅଙ୍ଗନବାଡି କର୍ମୀ ସ୍ମିତା କର୍ଣ୍ଣ, ଆଶା କର୍ମୀ ସାବିତ୍ରୀ ରଣା, ଖଣ୍ଡହତା ସିୟା ପରିବାର ସମ୍ପାଦକ ସୁଦାମ ଗାଈଗରିଆ,ଯୋଗ ଦେଇଥିଲେ!କ୍ଷେତ୍ର ସହାୟକ ମିତ୍ରଭାନୁ ମଲ୍ଲିକ ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କର ବିଭିନ୍ନ ଅସୁବିଧା ଏବଂ ତାହାର ସମାଧାନ ବିଷୟରେ ଆଲୋଚନା କରିଥିଲେ!ପ୍ରକଳ୍ପ ସଂଯୋଯୋକ ବିଶ୍ୱମ୍ବର ସାହୁ ଅସୁସ୍ଥ ବ୍ୟକ୍ତି ଙ୍କୁ ବିଭିନ୍ନ କୌଶଳ ବିଷୟରେ ସୂଚନା ଦେଇଥିଲେ!ଶେଷରେ ସ୍ବେଛାସେବୀ ଝେଲିନି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।