ପବିତ୍ର କାର୍ତ୍ତିକ ମାସ ପ୍ରଥମ ସୋମବାରରେ ବୃଦ୍ଧଖୋଲ ଶୈବପୀଠରେ ଭକ୍ତଙ୍କ ଭିଡ

ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ): ଆଜି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର ହୋଇଥିବା ବେଳେ ବୁଗୁଡ଼ା ଅଞ୍ଚଳର ସମସ୍ତ ଶୈବପୀଠ ଓ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ । ସେହିଭଳି ଗଞ୍ଜାମଜିଲ୍ଲା ବୁଗୁଡା ରେ ଥ‌ିବା ଐତିହ ଶୈବପୀଠ ବୁଦ୍ଧଖୋଲ, ବୁଗୁଡ଼ା ଶ୍ରୀ ବଳଦେବ ଜିଉ ,ବିରଞ୍ଚିନାରାୟଣ ମନ୍ଦିର ବୁଗୁଡ଼ା ଅଞ୍ଚଳର ପ୍ରତଖ୍ୟକ ଗ୍ରାମର ମନ୍ଦିର ରେ ହବିସିଆଳି ଭକ୍ତ ମାନଙ୍କ ଲାଗିଛି ପ୍ରଭୁଙ୍କ ଦର୍ଶନ ନିମନ୍ତେ ଲାଗିଛି ଭିଡ । ହବିସିଆଳି ମାନେ ବାଲୁକା ସ୍ତାପନ କରି ରାଇଦାମଦର ପୂଜା ଓ ବୃନ୍ଦାବତୀ ପୂଜା ପବିତ୍ର କାର୍ତ୍ତିକ ମାସ ସାରା କରିବେ । ଏବଂ ଅପରାହ୍ନରେ ଅରୁଆ ଅନ୍ନ ଗୋଟାଏ ବେଳା ଖାଇ ହବିଷ ପାଳିବେ ସାରା ମାସ । ଆଜିର ପ୍ରଥମସୋମବାର ଅବସରରେ ପ୍ରତ୍ୟେକ ମନ୍ଦିରରେ ହବିସିଆଳି ମାନଙ୍କ ଭିଡକୁ ଦୁଷ୍ଟିରେ ରଖ୍ ସ୍ଥାନୀୟ ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ୍ ମୁତୟନ କରାଜାଇଥ‌ିବା ବେଳେ ମନ୍ଦିର କମିଟି ପକ୍ଷରୁ ମଧ୍ୟ ହବିସିଆଳି ମାନଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ମାନ କରାଜାଇଛି । ଯେପରିକି ମନ୍ଦିରକୁ ଆସୁଥ‌ିବା ହବିସିଆଳି ମାନେ କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥ‌ିପାଇଁ ସମସ୍ତ ସୁରକ୍ଷାର ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *

error: Content is protected !!