ଖୋର୍ଦ୍ଧା (ରିପୋର୍ଟ – ସମୀର ରଞ୍ଜନ ନାୟକ): ଖୋର୍ଦ୍ଧା ପଞ୍ଚାୟତ ସମିତି ଅନ୍ତର୍ଗତ ହଳଦିଆ ପଞ୍ଚାୟତ କକ୍ଷରେ ଆଜିର ପ୍ରତ୍ୟେକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ମୋଟ ୨୮୦ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୨୫୨ ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୨୪ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୦୪ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା।ଜନ ସଚେତନତା ପାଇଁ ବିଭିନ୍ନ ଷ୍ଟଲ ଖୋଲା ଯାଇଥିଲା।
ଆଜିର ମିଳିତ ଜନଶୁଣାଣି ରେ ଜିଲ୍ଲାପାଳ ଚଞ୍ଚଳ ରାଣା ଅଧ୍ୟକ୍ଷତା କରି ଥିବା ବେଳେ /ଅବକାରୀ ଅଧିକ୍ଷକ /ଅତିରିକ୍ତ ଜିଲ୍ଲାପାଳ( ପ୍ରଶାସନ )ପ୍ରତାପ ଚନ୍ଦ୍ର ବେଉରା /ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ କସ୍ତୁରୀ ବାଳା ଜେନା/ ଉପ-ଜିଲ୍ଲାପାଳ ଦିପ୍ତି ରଞ୍ଜନ ସେଠି/ଶ୍ରୀମତୀ ସୁକାନ୍ତି ବେହେରା, ସମ୍ମାନୀୟା ପଞ୍ଚାୟତ ସମିତ ମେମ୍ବର/ଶ୍ରୀମତୀବନିତା ବେହେରା, ସମ୍ମାନୀୟା ସରପଞ୍ଚ, ଗଡ଼ ହଳଦିଆ /ସି ଡ଼ି ଏମ୍ଓ, ଡଃ ରାଜଲକ୍ଷ୍ମୀ ପଟ୍ଟନାୟକ / ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର/ବିଡିଓ, ଖୋର୍ଦ୍ଧା ଓ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ତରାଇ ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ବିଭିନ୍ନ ଷ୍ଟଲ ପ୍ରଦକ୍ଷିଣ କରିଥଲେ ଓ ଲୋକମାନଙ୍କ ସମସ୍ୟା ପଚାରି ବୁଝିଥିଲେ ।