ଚଳିତ ଥର ‘ପେ ଆଣ୍ଡ ୱିନ୍’ର ବିଜେତା ସୁକାନ୍ତି

ସୁବର୍ଣ୍ଣପୁର(ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ): ବିଦ୍ୟୁତ ବିଭାଗ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ଚାଲିଥିବା ‘ପେ ଆଣ୍ଡ ୱିନ୍’ ପ୍ରତିଯୋଗିତାର ଚଳିତ ଥରର ଭାଗ୍ୟଶାଳୀ ବିଜେତା ହୋଇଛନ୍ତି ସୋନପୁର ମହାରଣାପଡାର ସୁକାନ୍ତି ସାହୁ । ଏହି ଅବସରରେ ସୋନପୁର ଉପଖଣ୍ଡସ୍ତରୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପୁରସ୍କାର ପ୍ରଦାନ ଉତ୍ସବରେ ସୁକାନ୍ତିଙ୍କୁ ଏକ ଆଧୁନିକ ସାଉଣ୍ଡ ସିଷ୍ଟମ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଧରଣୀଧର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା ଦ୍ବାରା ଗ୍ରାହକ ମାନେ ଠିକ୍ ସମୟରେ ବିଦ୍ୟୁତ ଦେୟ ପଇଠ ପାଇଁ ଅଧିକ ଉତ୍ସାହିତ ହେବେ ବୋଲି କହିଥିଲେ ।

ସୋନପୁର ବିଦ୍ୟୁତ ବିଭାଗ ଏସଡିଓ ବିବେକାନନ୍ଦ ଦିକ୍ଷିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଇଏସ୍ଓ ବାଲ୍ମିକୀ ବିଶ୍ବାଳ, କମର୍ସିଆଲ ଅଫିସର ପବିତ୍ର ପଟ୍ଟନାୟକ, କୈଳାଶ ଚନ୍ଦ୍ର ସାହୁ, ଭୀମସେନ କୁମ୍ଭାର , ସଞ୍ଜୟ ପାଣିଗ୍ରାହୀଙ୍କ ସମେତ ବିଦ୍ୟୁତ ବିଭାଗର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଉପଖଣ୍ଡ ଅଧିନରେ ପ୍ରତି ମାସରେ ଠିକ୍ ସମୟରେ ବିଦ୍ୟୁତ ଦେୟ ଦେଉଥିବା ଏବଂ ବିଦ୍ୟୁତ ଦେୟ ବାକି ରଖିନଥିବା ତିନି ଜଣ ଗ୍ରାହକଙ୍କୁ ଲକି ଡ୍ର ମାଧ୍ୟମରେ ଚୟନ କରାଯାଉଛି । ଗତ ତିନି ମାସ ହେଲା ପେ ଆଣ୍ଡ ୱିନ୍ ଆୟୋଜିତ ହୋଇ ଆସୁଛି ।

Leave a Reply

Your email address will not be published. Required fields are marked *

error: Content is protected !!