ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ) : ସୁବର୍ଣ୍ଣପୁର ଜିଲ୍ଲାର ସଦର ମହକୁମା ରିଜର୍ଭ ପୋଲିସ ପଡିଆ ରେ ସହିଦ୍ ଙ୍କ ସ୍ମୁତି ଉଦ୍ଦେଶ୍ୟ ରେ ପ୍ୟାରେଡ ଅନୁଷ୍ଟିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଅନ୍ୟା ଦାସ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପୋଲିସ୍ ର ପ୍ଲାଟୁନ ଆରକ୍ଷୀ ନିରୀକ୍ଷକ ସରୋଜ ବେହେରାଙ୍କ ନେତୃତ୍ବରେ ପ୍ୟାରେଡ ପ୍ରଦର୍ଶନ କରା ଯାଇଥିଲା l ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାମ ପ୍ରସାଦ ସାହୁ ସହିଦଙ୍କ ବଳିଦାନ ଓ ସ୍ମୁତି କୁ ମନେ ପକେଇ ତାଂକ ବଳିଦାନଙ୍କୁ ହୃଦୟରୁ ପ୍ରଶଂସା କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଦୁଇ ବୀର ସହିଦ୍ ସ୍ଵର୍ଗତ ନରସିଂହ ମହାକୁର ଓ ସ୍ବର୍ଗତ ସହିଦ୍ ବିଭୀଷଣ ସାହୁଙ୍କ ପରିବାର ସଦସ୍ୟଙ୍କୁ ଏସପି ଉପଢ଼ୌକନ ପ୍ରଦାନ କରି ସମ୍ମାନ ଜଣାଇ ଥିଲେ। ପୋଲିସ ସହିଦ୍ ଦିବସରେ ଅତିରିକ୍ତ ଏସପି ବିରେନ୍ଦ୍ର ନାୟକଙ୍କ ସମେତ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ଓ ବରିଷ୍ଠ ପୋଲିସ କର୍ମଚାରୀ ତଥା ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ପୋଲିସ ହାବିଲଦାର କନେଷ୍ଟବଳ ସଂଘର ସଭାପତି ଦିନେଶ ମିଶ୍ର, ସନ୍ତୋଷ ପାତ୍ର, ମନୋଜ୍ ପଣ୍ଡା ପ୍ରମୁଖ ସମସ୍ତ କର୍ମଚାରୀ ଉତ୍ସବ ପାଳନ ରେ ସହଯୋଗ କରିଥିଲେ l