ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଲେ ହଜାର ହଜାର ଦର୍ଶକ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ):ପୁରୀ ରେଲୱେ ଷ୍ଟେସନ ଅଟୋ ଚାଳକ ସଂଘ ପକ୍ଷରୁ ଗଜଲକ୍ଷ୍ମୀ ପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ ମହାଡ଼ମ୍ବର ର ସହିତ ପାଳନ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ହଜାର ହଜାର ଦର୍ଶକ ଉପଭୋଗ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ନିଖିଳ ଓଡିଶା ଅଟୋ ଚାଳକ ସଂଘର ସଭାପତି କଟକ ମେୟର ସୁବାସ ଚନ୍ଦ୍ର ସିଂ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ମହାସଂଘ ସଭାପତି ଦୁର୍ଗାଚରଣ ଖୁଣ୍ଟିଆ, ଉପସଭାପତି ଭଗବାନ ପଢ଼ିଆରୀ, ନିଖିଳ ଓଡିଶା ଅଟୋ ଚାଳକ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ସାମଲ, ରାଜୀବ ଜୋସେଫ, ଭାସ୍କର ସେଠୀ, ଆର ପୁରୁଷୋତ୍ତମ, ସମ୍ପାଦକ ଅକ୍ଷୟ କୁମାର ପ୍ରଧାନ, ଡି ମୋହନ ରେଡି, ପି ଲୋକନାଥ ରାଓ, ଡି ନାରାୟଣ ରେଡି, ଅଭିମନ୍ୟୁ ବେହେରା,

ପୁରୀ RTO ରବୀନ ପଟ୍ଟନାୟକ, ସନ୍ତୋଷ କୁମାର ବାହିନୀପତି ଙ୍କ ସହିତ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ମଞ୍ଚାସିନ ହୋଇ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସମାଜସେବୀ ଅନୁଷ୍ଠାନ ଗୁଡିକୁ ସମ୍ମାନିତ କରାଯିବା ସହିତ ଅର୍ଥରାଶି ପ୍ରଦାନ କରାଯାଇଥିଲା l ପରେପରେ ଭାରତବର୍ଷ ର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଗୁଡିକ ର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏହି ଦୁଃସାହାସିକ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!