ଗୋଲିଆ ଗ୍ରାମର ଛକରେ ଭାସୁଛି ନର୍ଦ୍ଦମା ପାଣି, ପ୍ରତିକାର ଦାବି

ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ): ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗାଁ ମୁହଁ ଛକରେ ନର୍ଦ୍ଦମା ଜଳ ଭାସୁଥିବା ଯୋଗୁଁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ସାଙ୍ଗକୁ ଲୋକଙ୍କ ଯାତାୟତରେ ମଧ୍ୟ ଅସୁବିଧା ହେଉଥିବା ଜଣାଯାଇଛି । ମୁଖ୍ୟ ରାସ୍ତା କଡେ କଡେ ଡ୍ରେନ ନିର୍ମାଣ କାର୍ଯ୍ୟ ଦୀର୍ଘ ଦିନ ଧରି ଛକରେ ଅଟକି ରହିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସାଧାରଣରେ ଅଭିଯୋଗ ହେଉଛି। ଡ୍ରେନଟି ଅଟକି ଥିବା ସ୍ଥାନରେ ବିରାଟ ଗାତ ସୃଷ୍ଟି ହୋଇ ସେଥିରେ ନର୍ଦ୍ଦମାର ପାଣି ଜମିରହି ମଶା ଡାଆଁଶର ଏନ୍ତୁଡିଶାଳ ପାଲଟିଥିବା ସହ ଅସହ୍ୟ ଦୁର୍ଗନ୍ଧ ଜାତ ହେଉଛି। ଏଥି ସହ ସେହି ନର୍ଦ୍ଦମା ଜଳ ଉଛୁଳି ରାସ୍ତାରେ ବହୁଥିବାରୁ ଲୋକଙ୍କ ଯିବାଆସିବାରେ ଅସୁବିଧା ହେଉଛି। ଅନ୍ୟପକ୍ଷରେ ସାମାନ୍ୟ ବର୍ଷା ହେଲେ ଉଛୁଳା ନର୍ଦ୍ଦମା ଜଳ ଯୋଗୁଁ ଗାଁ ଛକ ଦୁର୍ଗନ୍ଧ ଫାଟି ପଡୁଛି । ଏଣୁ , ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ଏହାର ପ୍ରତିକାର ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *

error: Content is protected !!