ଅଗ୍ନିକାଣ୍ଡ ଘଟି ତିନୋଟି ପରିବାରର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ଭସ୍ମୀଭୂତ

ଖଲ୍ଲିକୋଟ (ରିପୋର୍ଟ – ଅଶ୍ଵିନୀ କୁମାର ମହାନ୍ତି): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ତୁଳସୀପୁର ପଞ୍ଚାୟତର କମଳାପଦର ଗ୍ରାମର ଉପର ସାହିରେ ଘଟିଛି ଅଗ୍ନିକାଣ୍ଡ l କାମ୍ପ ଜେନାଙ୍କ ଘରେ ଅସାବଧାନତା ବସତଃ ରାତି ୪ଟା ସମୟରେ ଚୁଲି ନିଆଁ ସମ୍ପ୍ରସାରିତ ହୋଇ ରୋଷେଇ ଘରେ ଥିବା ଗ୍ୟାସ ଟାଙ୍କି ପାଇପରେ ଲାଗିବା ପରେ ଗ୍ୟାସ ଟାଙ୍କିଟି ଫାଟି ଥିଲା l

ଆଖି ପିଛୁଳାକେ ନିଆଁର ବେଗ ଏତେ ପ୍ରଖର ଥିଲା ଯେ ଆଖ ପାଖ ଦଶ ବଖରା ଘରକୁ ବ୍ୟାପି ଥିଲା l ପରେ ପରେ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଘଣ୍ଟାର ଅକ୍ଳନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ l କିନ୍ତୁ ନିଆଁକୁ ଆୟତ୍ତ କରିବା ପୂର୍ବରୁ ୩ଟି ପରିବାର କାମ୍ପ ଜେନା, କୁନ୍ତଳା ପହାନ, ଭୋବନୀ ପାହାନଙ୍କ ଘରର ସମସ୍ତ ଆସବାବପତ୍ର,ଟଙ୍କା, ଚାଉଳ, ମୂଲ୍ୟବାନ କାଗଜପତ୍ର ସହିତ ଘରର ଆବଶ୍ୟକୀୟ ସାମଗ୍ରୀ ପୋଡିଯାଇଥିଲା l ସମସ୍ତ ପରିବାର ଏବେ ବାସହରା ହୋଇଥିବା ବେଳେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!