ବରିଷ୍ଠ ନାଗରିକଙ୍କୁ ଦୁବ୍ୟବହାର ! ମାନବାଧିକାର କମିଶନଙ୍କ ତଦନ୍ତ ନିର୍ଦ୍ଦେଶ

ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ): ବିଭିନ୍ନ ଦାବି ନେଇ ମେଡି କାଲ ଅଫିସରଙ୍କ ପାଖକୁ ଯାଇଥବା ବୟୋଜ୍ୟେଷ୍ଠ ନାଗରିକଙ୍କୁ ଦୁବ୍ୟବହାର ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ୍ । ସେପ୍ଟେମ୍ବର ୨୫ରେ ବଳଦେବ ସ୍ଵାମୀ ବରିଷ୍ଠ ନାଗରିକ ଟ୍ରଷ୍ଟ କର୍ମକର୍ତ୍ତାଙ୍କୁ ସ୍ଥାନୀୟ ଡାକ୍ତରଖାନାର ମେଡିକାଲ ଅଫିସର ଦୁର୍ବ୍ଯବହାର ପ୍ରଦର୍ଶନ କରିଥିବା ଅଭିଯୋଗ ଖବର ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା। ଏ ନେଇ ସାମାଜିକ କର୍ମୀ ରଞ୍ଜିତ କୁମାର ପାତ୍ର ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ୍ ଦାଖଲ କରିଥିଲେ । କମିଶନ କେସ୍ ନମ୍ବର ୨୮୮୮ ରୁଜୁ କରିବା ସହ ତଦନ୍ତ କରି ରିପୋର୍ଟ ଦେବାକୁ ସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବୁଗୁଡା ଡାକ୍ତରଖାନାରେ ଡାକ୍ତର ଅଭାବ ଲାଗି ରହିଥ‌ିବା ବେଳେ ଡାକ୍ତରମାନେ ପାଳି କରି ଆଉଟ୍‌ରରେ ରୋଗୀ ଦେଖୁଛନ୍ତି । ଜଣେ ଡାକ୍ତରଙ୍କୁ ଦେଖା କରି ବା ପାଇଁ ପ୍ରତିଦିନ ଶହ ଶହ ରୋଗୀ ଧାଡି ବାନ୍ଧି ଠିଆ ରହୁଛନ୍ତି। ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଧାଡି ନଥ୍ ବାରୁ ସେମାନେ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୋଇ ରହିବାକୁ ବାଧ୍ୟ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ବୁଗୁଡ଼ା ବରିଷ୍ଠ ନାଗରିକ ଟ୍ରଷ୍ଟ ଅଧ୍ୟକ୍ଷ ଗଙ୍ଗାଧର ବିଷୋୟୀ ଓ ସମ୍ପାଦକ ଟି.ସତ୍ୟନାରାୟଣ ପାତ୍ରଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ମେ ଡି କାଲ ଅଫିସରଙ୍କୁ ଭେଟି ଅଭିଯୋଗ ପତ୍ର ଦେବା ପାଇଁ ଯାଇଥିଲେ। ଏ ସମ୍ପର୍କରେ ମେଡିକାଲ୍ ଅଧିକାରୀଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇପାରିନି ।

Leave a Reply

Your email address will not be published. Required fields are marked *

error: Content is protected !!