ବୁଗୁଡ଼ାରେ କାଳୀ ଓ ଗୋଲିଆରେ ଶ୍ୟାମାକାଳୀ ପୂଜା ଉତ୍ସବ

ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ):ଆଲୋକର ପର୍ବ ଦୀପାବଳି ଅବସରରେ ସ୍ଥାନୀୟ ମଦନ ମୋହନ ଛକରେ ସମ୍ପୃକୁ ପୂଜା କମିଟି ପକ୍ଷରୁ ଗତ ଗୁରୁବାର ଅକ୍ଟୋବର ୩୧ ତାରିଖ ଦିନ ମା’ କାଳୀଙ୍କ ପୂଜା ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ପ୍ରାଣ ପ୍ରତିଷ୍ଠା, ଷୋଡ଼ଶ ଉପଚାର ପୂଜା,ଚଣ୍ଡୀ ପାଠ, ଆଳତି, ପୁଷ୍ପାଞ୍ଜଳି ଆଦି କାର୍ଯ୍ୟ ପୁରୋହିତ ଚିତ୍ତ ରଞ୍ଜନ ଦାଶ , ରାଧାକାନ୍ତ ଦାଶ , ଶଷ୍ଠି ପ୍ରସାଦ ହୋତାଙ୍କ ଦ୍ବାରା ସମ୍ପାଦିତ ହୋଇଥିଲା ବେଳେ ପୂର୍ଣ୍ଣଚନ୍ଦ୍ର ଡାକୁଆ ସସ୍ତ୍ରୀକ ହୋମ କର୍ତ୍ତା ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।

ପୂଜା କମିଟି ସଭାପତି ସୁବ୍ରତ କୁମାର ସ୍ବାଇଁ ଏବଂ ମନୋରଞ୍ଜନ ଦାଶଙ୍କ ତତ୍ତ୍ବାବଧାନରେ ପୂଜା ଉତ୍ସବ ଅନୁଷ୍ଠିତ ହୋଇଥିଲା। ସେହିପରି ନିକଟସ୍ଥ ଗୋଲିଆ ଗ୍ରାମରେ ଲଙ୍ଗଳେଶ୍ବରପାଠାଗାର ତରଫରୁ ଗ୍ରାମବାସୀଙ୍କ ସହଯୋଗରେ ମା’ଶ୍ୟାମାକାଳୀଙ୍କ ପୂଜା ଯଥାବିଧି ପୂର୍ବକ ଅନୁଷ୍ଠିତହୋଇଯାଇଛି । ମା’ଙ୍କ ପୂଜା ଉପଲକ୍ଷେ ଗତ ଅକ୍ଟୋବର ୩୦ ତାରିଖ ବୁଧବାର ଦିନ କଳସ ଯାତ୍ରା ସହ ମଣ୍ଡପ ଠାରେ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ହେଇଥିଲା । ମା’ଙ୍କ ପୂଜା କାର୍ଯ୍ୟରେପୁରୋହିତ ଭାବେ ଗୋଦାବରୀଶ ହୋତା, ଉମା ତନୟହୋତା, ଶଶାଙ୍କ ଭୂଷଣ ହୋତା, ସୁକାନ୍ତ କୁମାର ରଥପ୍ରମୁଖ ଯୋଗଦେଇ ହୋମ, ଚଣ୍ଡୀ ପାଠ ଆଦି କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ବସନ୍ତ ସାହୁ ସପତ୍ନୀକ ହୋମ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

ପାଠାଗାର ସଭାପତି ଶିବ ଶଙ୍କର ମହାପାତ୍ର ଓ ସମ୍ପାଦକ ମାନସ ରଞ୍ଜନ ପ୍ରଧାନଙ୍କ ତତ୍ତ୍ବାବଧାନରେ ଉତ୍ସବ ପରିଚାଳିତ ହୋଇଥୁଲା। ପୂଜା ମଣ୍ଡପରେ ମା’ଙ୍କ ରହଣି କାଳରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଆସନ୍ତା ୬ ତାରିଖ ବୁଧବାର ଦିନ ଅପରାହ୍ନରେ ବିସର୍ଜନ ଉତ୍ସବ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *

error: Content is protected !!