ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ) :ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ନୂଆବର୍ଷରୁ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି। ସେ ଆହୁରି କହିଛନ୍ତି ଯେ ପ୍ରାଥମିକ ଆଲୋଚନାରୁ ଜଣାପଡ଼ିଛି ଯେ ରତ୍ନଭଣ୍ଡାରରେ କୌଣସି ସୁଡ଼ଙ୍ଗ ବା ଗୁପ୍ତ କୋଠରୀ ନାହିଁ। କାର୍ତ୍ତିକ ମାସ ହେତୁ ଏବେ ଶ୍ରଦ୍ଧାଳୁଙ୍କ ଭିଡ଼ ରହୁଛି ଜଗନ୍ନାଥ ମନ୍ଦିରରେ।
ଏଣୁ କାର୍ତ୍ତିକ ମାସ ପରେ ରତ୍ନଭଣ୍ଡାରରେ ଥିବା ଫାଟର ମରାମତି କାମ କରାଯିବ। ଏହାପରେ ରତ୍ନଭଣ୍ଡାର ଗଣତିମଣତି କାମ ଆରମ୍ଭ ହେବ।ରତ୍ନଭଣ୍ଡାର ମଧ୍ୟରେ ଫାଟ ରହିଛି । ତେବେ କାର୍ତ୍ତିକ ମାସ ପରେ ଏକ ମାସ ଧରି ଏଏସ୍ଆଇରତ୍ନଭଣ୍ଡାରର କାମ କରିବ। ମରାମତି ହେବା ପରେ ରତ୍ନ ଅଳଙ୍କାର ଗଣତି କରାଯିବ । ତେବେ ପୁରୁଣା ତାଲିକା ସହ ମ୍ୟାଚ୍ କରାଯାଇ ୭ ଦିନ ଭିତରେ ରିପୋର୍ଟ ପ୍ରକାଶ କରାଯିବ ।