ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ ପାଇଁ ସମସ୍ତ ନୀତି ବିଳମ୍ବ ଓ ଦର୍ଶନ ବନ୍ଦ

ପୁରୀ :ଶ୍ରୀମନ୍ଦିର ଭିତରକାଠ ନିକଟରେ ଛେପ ପଡିବାରୁ ଅବକାଶ ନୀତି ପରେ ଶ୍ରୀଜୀଉଙ୍କ ମହାସ୍ନାନ କରାଯାଇଛି । ଏହି ସମୟରେ ପ୍ରାୟ ୧ ଘଣ୍ଟା ପାଇଁ ମାହପ୍ରଭୁଙ୍କ ଦର୍ଶନ ବନ୍ଦ କରାଯାଇଥିଲା। ମହାସ୍ନାନ ନୀତି ସରିବା ପରେ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ହୋଇଛି ।

ବିଭ୍ରାଟ ପାଇଁ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ନୀତି ୧ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ବିଳମ୍ବ ହୋଇଅଛି । ମହାସ୍ନାନ ପରେ ଜୟ ବିଜୟ ଦ୍ୱାର ଠାରେ ଶୋଧ ହୋଇ ଚୂନ ପଡିବା ସହ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଅନୁଷ୍ଠିତ ହୋଇଛି।

ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଜୟ ବିଜୟ ଦ୍ବାର ସମ୍ମୁଖରୁ ଭିତର କାଠ, ଭକ୍ତ ପ୍ରତ୍ୟାବର୍ତ୍ତନ କରୁଥିବା ବେହରଣ ଦ୍ୱାର ଯାଏ ଯଦି କେହି ଭକ୍ତ , ସେବାୟତ ଅବା ଯେକିହି ବ୍ୟକ୍ତିଙ୍କର କିଛି ଦୁର୍ଘଟଣା ବଶତଃ ଶରୀରରୁ ରକ୍ତ ପଡିଲେ, ବାନ୍ତି କରିଦେଲେ ଏବଂ ଛୋଟ ଛୁଆ, ବୁଦ୍ଧ ଲୋକ ପରିସ୍ରା, ମଳତ୍ୟାଗ କରିଦେଲେ ଵା ଛେପ ପକାଇଦେଲେ ସଙ୍ଗେ ସଙ୍ଗେ ମହାପ୍ରଭୁଙ୍କ ଚାଲିଥିବା ନୀତି ବନ୍ଦ କରାଯାଇଥାଏ । ବଡ ମହାସ୍ନାନ ହେବା ପରେ ନୀତିକାନ୍ତି ସାମାନ୍ୟ ହୋଇଥାଏ।

Leave a Reply

Your email address will not be published. Required fields are marked *

error: Content is protected !!